କଟକ ଜିଲ୍ଲାରୁ ୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ମୁଣ୍ଡଳି ଏନଡିଆରଏଫ୍ କ୍ୟାମ୍ପରୁ ୪୯ ପଜିଟିଭ୍ ଚିହ୍ନଟ ।

2,472

କନକ ବ୍ୟୁରୋ : ଅମ୍ଫାନ ବାତ୍ୟା ବିଧ୍ୱସ୍ତ ପଶ୍ଚିମବଙ୍ଗରେ ଉଦ୍ଧାର ଓ ସହାୟତା କାର୍ଯ୍ୟ କରିବାକୁ ଯାଇଥିବା ମୁଣ୍ଡଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ଯବାନ ମାନେ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ମିଳିଥିବା ଖବର ଅନୁସାରେ ୪୯ ଜଣ ଯବାନ କରୋନା ପଜିଟିଭ ଥିବା ଜଣାପଡ଼ିଛି ।

କିଛିଦିନ ଆଗରୁ ଆଉ ଜଣେ ଯବାନ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଆଜିର ୪୯କୁ ମିଶାଇ ମୁଣ୍ଡଳି ଏନଡିଆରଏଫର ମୋଟ ୫୦ଜଣ ଯବାନ କରୋନା ଆକ୍ରାନ୍ତ ହେଲେଣି । ଆଜି କଟକ ଜିଲ୍ଲାରୁ ମୋଟ ୫୨ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତାମଧ୍ୟରୁ ଏନଡିଆରଏଫର ୪୯ ଜଣ ଅଛନ୍ତି ।

ଗତ ମାସ ୨୦ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ମହାବାତ୍ୟା ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେବେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ସହାୟତା କାର୍ଯ୍ୟ କରିବାକୁ ଓଡ଼ିଶାର ମୁଣ୍ଡଳିଠାରେ ଥିବା ଏନଡିଆରଏଫ ବାଟାଲିୟନରୁ ଯବାନଙ୍କୁ ସେଠାରେ ମୁତୟନ କରାଯାଇଥିଲା । ଏହି ଯବାନମାନେ ସେଠାରେ ଲୋକମାନଙ୍କ ସଂସ୍ପର୍ଶରେ ଆସିବା ପରେ ସଂକ୍ରମିତ ହୋଇଥିବା କୁହାଯାଉଛି ।