ଓଡ଼ିଶାରେ ରଦ୍ଦ ହେଲା ୫୧୨୬୦ ନକଲି ସିମ୍ । ଜାଲିଆତିରେ ସାମିଲ ବିକ୍ରେତାଙ୍କୁ କଳା ତାଲିକାଭୁକ୍ତ କଲା ଟେଲିକମ ବିଭାଗ ।

ଓଡ଼ିଶାରେ ରଦ୍ଦ ହେଲା ୫୧୨୬୦ ନକଲି ସିମ୍ । ଜାଲିଆତିରେ ସାମିଲ ବିକ୍ରେତାଙ୍କୁ କଳା ତାଲିକାଭୁକ୍ତ କଲା ଟେଲିକମ ବିଭାଗ ।

କନକ ବ୍ୟୁରୋ : ଓଡ଼ିଶାରେ ନକଲି ସିମ୍ କାର୍ଡ ରଦ୍ଦ କରାଯାଇଛି । ପ୍ରାୟ ୫୧ ହଜାର ୨୬୦ ସିମ୍ କାର୍ଡ ରଦ୍ଦ ହୋଇଛି । ଜାଲିଆତିରେ ସାମିଲ ଥିବା ବିକ୍ରେତାଙ୍କୁ କଳା ତାଲିକାଭୁକ୍ତ କରିଛି ଟେଲିକମ୍ ବିଭାଗ ।

ଏହି ଘଟଣାରେ ୨ହଜାର ୪୧୭ ପଏଂଟ ଅଫ ସେଲ୍ସ ସିମ୍ ବିକ୍ରେତାଙ୍କୁ କଳା ତାଲିକାଭୁକ୍ତ କରିଛି ବିଭାଗ । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏଆଇ ଆଧାରିତ ଫେସିଆଲ ରେକଗନାଇଜେସନ ଟୁଲ ବ୍ୟବହାର କରି ନକଲି ସିମର ଚିହ୍ନଟ କରାଯାଇଛି । ତେବେ କିଛି ନକଲି ସିମ୍ ସାଇବର ଅପରାଧରେ ବ୍ୟବହାର ହେଉଥିବା ମଧ୍ୟ ଆଶଙ୍କା କରାଯାଉଛି । ଟେଲିକମ ବିଭାଗର ଏହି ପ୍ରୟାସ ପରେ ସାଇବର ଅପରାଧରେ ରୋକ ଲାଗିପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe