କନକ ବ୍ୟୁରୋ : ଓଡ଼ିଶାରେ ନକଲି ସିମ୍ କାର୍ଡ ରଦ୍ଦ କରାଯାଇଛି । ପ୍ରାୟ ୫୧ ହଜାର ୨୬୦ ସିମ୍ କାର୍ଡ ରଦ୍ଦ ହୋଇଛି । ଜାଲିଆତିରେ ସାମିଲ ଥିବା ବିକ୍ରେତାଙ୍କୁ କଳା ତାଲିକାଭୁକ୍ତ କରିଛି ଟେଲିକମ୍ ବିଭାଗ ।
ଏହି ଘଟଣାରେ ୨ହଜାର ୪୧୭ ପଏଂଟ ଅଫ ସେଲ୍ସ ସିମ୍ ବିକ୍ରେତାଙ୍କୁ କଳା ତାଲିକାଭୁକ୍ତ କରିଛି ବିଭାଗ । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏଆଇ ଆଧାରିତ ଫେସିଆଲ ରେକଗନାଇଜେସନ ଟୁଲ ବ୍ୟବହାର କରି ନକଲି ସିମର ଚିହ୍ନଟ କରାଯାଇଛି । ତେବେ କିଛି ନକଲି ସିମ୍ ସାଇବର ଅପରାଧରେ ବ୍ୟବହାର ହେଉଥିବା ମଧ୍ୟ ଆଶଙ୍କା କରାଯାଉଛି । ଟେଲିକମ ବିଭାଗର ଏହି ପ୍ରୟାସ ପରେ ସାଇବର ଅପରାଧରେ ରୋକ ଲାଗିପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/3-16.jpg)