ଭୁବନେଶ୍ୱରରୁ ଆଜି ୫୧ ପଜିଟିଭ୍ ଚିହ୍ନଟ । ୪୫ ଲୋକାଲ୍ କେସ୍ , ୫ କ୍ୱାରେଣ୍ଟାଇନରୁ ଚିହ୍ନଟ ।

120

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ବ୍ୟାପୁଥିବାବେଳେ ରାଜଧାନୀର କରୋନା ଗ୍ରାଫ୍ ଏବେ ଟେନସନ୍ ଦେବା ଆରମ୍ଭ କରିଛି । କାହିଁକି ନା ଆଜି ରାଜଧାନୀରୁ ମୋଟ ୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଭିତରୁ ୪୫ ଜଣ ଲୋକାଲ୍ କେସ୍ ବୋଲି ବିଏମସି ରିପୋର୍ଟ ଦେଇଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ରାଜଧାନୀ ଭୁବନେଶ୍ୱରକୁ ପୁଣିଥରେ ଡରାଇବା ଆରମ୍ଭ କରିଦେଇଛି ଭୂତାଣୁ କରୋନା ।

ବିଏମସିର ରିପୋର୍ଟ ମୁତାବକ, ଆଜି ରାଜଧାନୀରୁ ମୋଟ ୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ ୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୪୫ ଜଣ ଲୋକାଲ୍ କେସ୍ ବୋଲି କୁହାଯାଇଛି । ଲୋକାଲ୍ ସଂକ୍ରମିତଙ୍କ ଭିତରେ ଗଜପତି ନଗରର ଏକ ଇନଷ୍ଟିଚ୍ୟୁଟରୁ ୨୫ଟି କେସ ସାମନାକୁ ଆସିଛି । ଏହାକୁ ମିଶାଇ ରାଜଧାନୀରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି । ଏଥିସହ ଆଜି ରାଜଧାନୀରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମସି ରିପୋର୍ଟ ଦେଇଛି ।