କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ବ୍ୟାପୁଥିବାବେଳେ ରାଜଧାନୀର କରୋନା ଗ୍ରାଫ୍ ଏବେ ଟେନସନ୍ ଦେବା ଆରମ୍ଭ କରିଛି । କାହିଁକି ନା ଆଜି ରାଜଧାନୀରୁ ମୋଟ ୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଭିତରୁ ୪୫ ଜଣ ଲୋକାଲ୍ କେସ୍ ବୋଲି ବିଏମସି ରିପୋର୍ଟ ଦେଇଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ରାଜଧାନୀ ଭୁବନେଶ୍ୱରକୁ ପୁଣିଥରେ ଡରାଇବା ଆରମ୍ଭ କରିଦେଇଛି ଭୂତାଣୁ କରୋନା ।
Update on newly detected #COVID19 cases in the last
24 hrs under the BMC area on 28th March (till 9am). pic.twitter.com/dnGqJDUNUh— BMC (@bmcbbsr) March 28, 2021
ବିଏମସିର ରିପୋର୍ଟ ମୁତାବକ, ଆଜି ରାଜଧାନୀରୁ ମୋଟ ୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ ୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୪୫ ଜଣ ଲୋକାଲ୍ କେସ୍ ବୋଲି କୁହାଯାଇଛି । ଲୋକାଲ୍ ସଂକ୍ରମିତଙ୍କ ଭିତରେ ଗଜପତି ନଗରର ଏକ ଇନଷ୍ଟିଚ୍ୟୁଟରୁ ୨୫ଟି କେସ ସାମନାକୁ ଆସିଛି । ଏହାକୁ ମିଶାଇ ରାଜଧାନୀରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି । ଏଥିସହ ଆଜି ରାଜଧାନୀରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମସି ରିପୋର୍ଟ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/9-32.jpg)