ଅନ୍ତିମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ । ଅପରାହ୍ନ ୩ଟା ସୁଦ୍ଧା ୫୧.୯୫ ପ୍ରତିଶତ ମତଦାନ ।

ଅନ୍ତିମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ । ଅପରାହ୍ନ ୩ଟା ସୁଦ୍ଧା ୫୧.୯୫ ପ୍ରତିଶତ ମତଦାନ ।

image courtesy - Tentaran

କନକ ବ୍ୟୁରୋ : ୧୯ ଯୁଦ୍ଧର ଅନ୍ତିମ ଲଢେଇରେ ଚାଲିଛି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ । ଭୋଟ୍ ଦେଉଛି ଭାରତ । ଦେଶର ୫୯ ଆସନରେ ସକାଳୁ ଭୋଟିଂ ହେଉଛି । ଆଜି ଉତ୍ତରପ୍ରଦେଶର ୧୩, ପଂଜାବର ୧୩, ପଶ୍ଚିମବଙ୍ଗର ୯ ଆସନ, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ଆସନ, ହିମାଚଳ ପ୍ରଦେଶର ୪, ଝାଡଖଣ୍ଡର ୩ ଆସନ, ଚଣ୍ଡିିଗଡର ଗୋଟିଏ ଆସନରେ ମତଦାନ ହେଉଛି । ତେବେ ଅପରାହ୍ନ ୩ଟା ସୁଦ୍ଧା ୫୧.୯୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଝାରଖଣ୍ଡରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ସର୍ବନିମ୍ନ ମତଦାନ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ ୩ଟା ସୁଦ୍ଧା, ଝାରଖଣ୍ଡରେ ସର୍ବାଧିକ ୬୪.୮୧ ପ୍ରତିଶତ ମତଦାନ ହୋଇଥିବା ବେଳେ, ବିହାରରେ ୪୬.୬୬ ପ୍ରତିଶତ, ହିମାଚଳ ପ୍ରଦେଶରେ ୪୯.୪୩ ପ୍ରତିଶତ, ମଧ୍ୟପ୍ରଦେଶରେ ୫୭.୨୭ ପ୍ରତିଶତ, ପଞ୍ଜାବରେ ୪୮.୧୮ ପ୍ରତିଶତ, ଉତ୍ତରପ୍ରଦେଶରେ ସର୍ବନିମ୍ନ ୪୬.୦୭ ପ୍ରତିଶତ, ପଶ୍ଚିମବଙ୍ଗରେ ୬୩.୫୮ ପ୍ରତିଶତ, ଚଣ୍ଡିଗଡରେ ୫୦.୨୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe