ଦେଶରେ ଉପର ମୁହାଁ କରୋନା: ୬ ଲକ୍ଷ ନିକଟତର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା; ଦିନକରେ ୧୮ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ, ୫୦୭ ମୃତ

ଜୁନ୍ ମାସରେ ଭାରତ ଦେଖିଲା ଭୂତାଣୁର ଭୟଙ୍କର ରୂପ । ମାସକରେ ୪ ଲକ୍ଷ ଆକ୍ରାନ୍ତ ୧୨ ହଜାର ମୃତ୍ୟୁ

551

କନକ ବ୍ୟୁରୋ: ଦେଶରେ ୫୮୫୪୯୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୪୭୯୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୭୪୦୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୧୮, ୬୫୩ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୦୧୧୪ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୫୦୭ ଜଣଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୮୭ ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୧୨ ଜଣ, ବିହାରରେ ୬୭ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୩ ଜଣ, ଦିଲ୍ଲୀରେ ୨୭୪୨ ଜଣ, ଗୋଆରେ ୩ ଜଣ, ଗୁଜରାଟରେ ୧୮୪୬ ଜଣ, ହରିୟାଣାରେ ୨୩୬ ଜଣ, ହିମାଚଳ ପ୍ରଦେଶରେ ୧୦ ଜଣ, ଜମ୍ମୁ ଓ କଶ୍ମୀରରେ ୧୦୧ ଜଣ, ଝାଡ଼ଖଣ୍ଡରେ ୧୫ ଜଣ, କର୍ଣ୍ଣାଟକରେ ୨୪୬ ଜଣ, କେରଳରେ ୨୪ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୭୨ ଜଣ, ମହାରାଷ୍ଟ୍ରରେ ୭୮୫୫ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୨୫ ଜଣ, ପୁଦ୍ଦୁଚେରୀରେ ୧୨ ଜଣ, ପଞ୍ଜାବରେ ୧୪୪ ଜଣ, ରାଜସ୍ଥାନରେ ୪୧୩ ଜଣ, ତାମିଲନାଡୁରେ ୧୨୦୧ ଜଣ, ତେଲେଙ୍ଗାନାରେ ୨୬୦ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୧ ଜଣ, ଉତ୍ତରପ୍ରଦେଶରେ ୬୯୭ ଜଣ ଏବଂ ପଶ୍ଚମବଙ୍ଗରେ ୬୬୮ ଜଣ ।

ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୯୭), ଆନ୍ଧ୍ରପ୍ରଦେଶ (୧୪୫୯୫), ଅରୁଣାଚଳ ପ୍ରଦେଶ (୧୯୧), ଆସାମ (୮୨୨୭), ବିହାର (୧୦୦୪୩), ଚଣ୍ଡିଗଡ଼ (୪୪୦), ଛତିଶଗଡ଼ (୨୮୬୦), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୨୧୩) ଜଣ, ଦିଲ୍ଲୀ (୮୭୩୬୦), ଗୋଆ (୧୩୧୫), ଗୁଜରାଟ (୩୨୫୫୭), ହରିୟାଣା (୧୪୫୪୮), ହିମାଚଳ ପ୍ରଦେଶ (୯୫୩), ଜମ୍ମୁ ଓ କଶ୍ମୀର (୭୪୯୭), ଝାଡ଼ଖଣ୍ଡ (୨୪୯୦) କର୍ଣ୍ଣାଟକ (୧୫୨୪୨), କେରଳ (୪୪୪୨), ଲଦାଖ (୯୭୩), ମଧ୍ୟପ୍ରଦେଶ (୧୩୫୯୩), ମହାରାଷ୍ଟ୍ର (୧୭୪୭୬୧), ମଣିପୁର (୧୨୩୪), ମେଘାଳୟ (୫୨), ମିଜୋରାମ (୧୬୦), ନାଗାଲାଣ୍ଡ (୪୫୯), ଓଡ଼ିଶା (୭୦୬୫), ପୁଦ୍ଦୁଚେରୀ (୭୧୪), ପଞ୍ଜାବ (୫୫୬୮), ରାଜସ୍ଥାନ (୧୮୦୧୪), ସିକିମ୍ (୮୯), ତାମିଲନାଡୁ (୯୦୧୬୭), ତେଲେଙ୍ଗାନା (୧୬୩୩୯), ତ୍ରିପୁରା (୧୩୮୮), ଉତ୍ତରାଖଣ୍ଡ (୨୮୮୧), ଉତ୍ତରପ୍ରଦେଶ (୨୩୪୯୨) ଓ ପଶ୍ଚିମବଙ୍ଗ (୧୮୫୫୯) ।