ରାଜ୍ୟରେ ୨୪ଘଣ୍ଟାରେ ୫୦,୧୪୭ ନମୁନା ପରୀକ୍ଷା : ଆଣ୍ଟିଜେନ୍ ୪୩,୧୮୮, ଆରଟିପିସିଆର ୬,୮୯୯, ଟ୍ରୁନଟ୍ ୬୦

120

କନକ ବ୍ୟୁରୋ : ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଦିନକ ମଧ୍ୟରେ ରାଜ୍ୟରେ ୫୦ ହଜାରରୁ ଉର୍ଦ୍ଧ୍ୱ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି । ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ ନମୁନା ପରୀକ୍ଷା କରାଯାଉଥିବା ଦେଖିବାକୁ ମିଳିଥିଲା । ସଂକ୍ରମଣ ସଂଖ୍ୟାରେ ମଧ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳିଥିଲା । ଚାରି ହଜାର ତଳେ ସାରା ରାଜ୍ୟରୁ ସଂକ୍ରମଣ ବାହାରୁଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦ ହଜାର ୧୪୭ କରୋନା ନମୁନା ପରୀକ୍ଷା କରାଯାଇଛି । ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ ପଦ୍ଧତିରେ ୪୩,୧୮୮, ଆରଟିପିସିଆରରେ ୬,୮୯୯ ଏବଂ ଟ୍ରୁନଟ୍‌ରେ ୬୦ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.