କନକ ବ୍ୟୁରୋ : ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ୫୦ହଜାର ଟପିଥିବା ଜଣାଯାଇଛି। ଗତକାଲି ଦିନକରେ ୩୦୬୦ ନମୁନା ପରୀକ୍ଷା ହୋଇଥିଲା । ଏହାଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ହଜାର ୫୧୪ ନମୁନା ପରୀକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ସୁଦ୍ଧା ରାଜ୍ୟରେ ୪୭୪୫୪ କୋଭିଡ ନମୁନା ପରୀକ୍ଷା ହୋଇଥିଲା। କରୋନା ସନ୍ଦେହରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୨୩୪ଜଣ ପୃଥକବାସରେ ରହିଥିବାର ସୂଚନା ମିଳିଥିଲା।

Advertisment

ଏଣେ ଆଜି ରାଜ୍ୟରେ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୧୭ଜଣ ଗଞ୍ଜାମ ଓ ୩ ଜଣ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛି। ଏହାଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି।। ଏବେ ୧୮ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ସେମାନଙ୍କ ଭିତରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି। , ସୁସ୍ଥ ହେଲେଣି ୬୧ ଜଣ । ରାଜ୍ୟରେ ଏଯାଏଁ ୨ଜଣଙ୍କର ମୃତ୍ୟୁ ହୋଇଛି ।