କନକ ବ୍ୟୁରୋ : ସାବରିମାଳା ଠାରେ ବାର୍ଷିକ ଉତ୍ସବ ପାଇଁ ଅନଲାଇନ୍ ଟିକେଟ୍ ବୁକିଙ୍ଗ୍ ଆରମ୍ଭ ହେବାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ୧୦ ରୁ ୫୦ ବର୍ଷ ବୟସ୍କା ୫୩୯ ଜଣ ମହିଳା ଦର୍ଶନାର୍ଥେ ପଞ୍ଜିକରଣ କରିଥିଲେ । ଏହି ବୟସର ନାରୀମାନେ ମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେବା ସତ୍ତ୍ୱେ ବି ମନ୍ଦିର ମଧ୍ୟକୁ ମହିଳା ପ୍ରବେଶ କରିପାରିନଥିଲେ ।

Advertisment

ଦର୍ଶନ ପାଇଁ ସମୁଦାୟ ୩. ୫ ଲକ୍ଷ ଲୋକ ପଞ୍ଜିକରଣ କରିଥିଲେ । ଯାତ୍ରୀ ମାନଙ୍କ ଯାତାୟତ ଉପରେ ପୁଲିସ ସଦ୍ୟ କଟକଣା ଜାରି କରିଛି । ସେଥିରୁ ଗୋଟାଏ ବିବାଦୀୟ କଟକଣା ହେଲା ସାବରିମାଲାକୁ ଆସୁଥିବା ପ୍ରତ୍ୟେକ ଯାନବାହନ ସେମାନଙ୍କ ବାହାରିବା ସ୍ଥଳରୁ ପୁଲିସ ଅନୁମତି ଆଣିବେ । ତେବେ ସାବରିମାଳା ମନ୍ଦିରକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଜୋର ଧରିଥିଲା । କାରଣ ପରମ୍ପରା ଆଳରେ ଏହି ମନ୍ଦିରକୁ ମହିଳାମାନେ ପ୍ରବେଶ କରିପାରୁନଥିଲେ ।