କନକ ବ୍ୟୁରୋ: ସ୍ପିରିଟ କାରଖାନା ବାହାରେ ପଡ଼ିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍ । ବୌଦ୍ଧରେ ଥିବା ବଡ଼ ସ୍ପିରିଟ କାରଖାନା ବିଡିପିଏଲ ତଥା ବୌଦ୍ଧ ଡିସଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ାଉ ଚାଲିଥିବା ବେଳେ ପାଚେରୀ ବାହାରେ ଚିରା ୫ଶହ ଟଙ୍କିଆ ନୋଟ୍ ପଡ଼ିଥିବା ଦେଖିବାକୁ ମିଳିଛି । ସ୍ପିରିଟ କାରଖାନା ଉପରେ ୩ଦିନ ହେଲା ଆୟକର ଚଢ଼ାଉ ଚାଲିଥିବା ବେଳେ ୫ଶହ ଟଙ୍କିଆ ଚିରା ନୋଟ୍ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ପାଚେରୀ ବାହାରେ ପଡ଼ିଛି । ଏତେ ଟଙ୍କା କେଉଁଠୁ ଆସିଲା ଓ କିଏ ଏମିତି ୫ଶହ ଟଙ୍କିଆ ନୋଟ୍ ଚିରି ଫୋପାଡ଼ିଛି ତାକୁ ନେଇ ପ୍ରଶ୍ନ ଉଠିଛି ।
ବୌଦ୍ଧ ସ୍ପିରିଟ କାରଖାନା ବାହାରେ ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍: ବିଡିପିଏଲରେ ୩ଦିନ ହେଲା ଚାଲିଛି ଆୟକର ଚଢ଼ାଉ
/kanak/media/post_attachments/wp-content/uploads/2023/12/11-8.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)