କନକ ବ୍ୟୁରୋ : ଯାତ୍ରୀଗଣ କୃପାକରି ଧ୍ୟାନ ଦିଅନ୍ତୁ । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ କଡାକଡି କରିଛନ୍ତି ରେଳ ବିଭାଗ । ଆପଣ ରେଳରେ ଯାତ୍ରା କରିବା ସମୟରେ କିମ୍ବା ପ୍ଲାଟଫର୍ମ ଭିତରେ ଯଦି ବିନା ମାସ୍କରେ ଯାତ୍ରା କରୁଥାନ୍ତି ତେବେ ଆପଣଙ୍କୁ ୫ ଶହ ଟଙ୍କା ଜରିମାନା ଦେବାକୁ ହେବ ।
ଅନ୍ୟପଟେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ରେଳ ଚଳାଚଳକୁ ନେଇ ରେଳ ବିଭାଗ ତାର ବୟାନ ଜାରି କରିଥିଲା । ରେଳବୋର୍ଡର ଅଧ୍ୟକ୍ଷ ସୁନୀତ ଶର୍ମା କହିଥିଲେ କି, ଏପର୍ଯ୍ୟନ୍ତ କୌଣସି ରାଜ୍ୟକୁ ରେଳସେବା ବନ୍ଦ କରିବା ନେଇ କିଛି ଯୋଜନା ହୋଇନାହିଁ । ସେପଟେ ଯେଉଁ ରାଜ୍ୟ ସରକାର ଚାହିଁବେ ଯେ କୌଣସି ଷ୍ଟେସନରେ ଯାତ୍ରୀ ମାନଙ୍କର କୋଭିଡ୍ ଟେଷ୍ଟ କରିପାରିବେ ବୋଲି ସେ କହିଥିଲେ ।
କହିରଖୁ କି ରେଳ ବିଭାଗର ଅତି ଲୋକପ୍ରିୟ ଟ୍ରେନକୁ ୨୮ କ୍ଲୋନ ଟ୍ରେନ ଓ ୯୪୭ ଟି ଯାତ୍ରୀବାହି ଟ୍ରେନ ର ଚଳାଚଳ କରାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/111348926_gettyimages-1207592282-594x594.jpg)