ଟଙ୍କା ସମସ୍ୟା ଦୂର କରିବା ପାଇଁ ୨୦୦୦ ଟଙ୍କିଆ ନୋଟ ଛପା ବନ୍ଦ ! ଏବେ ପ୍ରତିଦିନ ଛପା ଯାଉଛି ୩୦୦୦ କୋଟି ୫୦୦ ଟଙ୍କିଆ ନୋଟ

Advertisment
ଚାକିରି ନାହିଁ ଚିନ୍ତା ନାହିଁ ! ଲକ୍ଷ ଲକ୍ଷ ଟଙ୍କା ଆୟ କରିବା ସହ ସୁରକ୍ଷିତ ରହିବ ଭବିଷ୍ୟତ, ଜାଣନ୍ତୁ କିପରି ?

ସାରାଦେଶରେ ନଗଦ ଟଙ୍କାର ନିଅଣ୍ଟ ଓ ଏଟିଏମରୁ ଟଙ୍କା ବାହାରୁନଥିବା ଅଭିଯୋଗ ଭିତରେ ସାମ୍ନାକୁ ଆସିଛି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବଙ୍କ ସୂଚନା । ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି, ନଗଦ ନୋଟର ନିଅଂଟିଆ ସ୍ଥିତି ଦୂର କରିବାକୁ ଛପା ଯାଉଛି ଅଧିକ ୫୦୦ ଟଙ୍କିଆ ନୋଟ୍ । ଏପରିକି ପ୍ରତିଦିନ ୩ହଜାର କୋଟି ଟଙ୍କାର ୫ଶହ ଟଙ୍କିଆ ନୂଆ ନୋଟ୍ ଛପା ଯାଉଥିବା ସେ ସୂଚନା ଦେଇଛନ୍ତି । ଏଥିସହ ୨ହଜାର ଟଙ୍କିଆ ନୋଟ୍ ଛପା ଯାଉନଥିବା କଥାକୁ ସେ ସ୍ୱୀକାର କରିଛନ୍ତି ।

ଏହାଛଡ଼ା ଗର୍ଗ କହିଛନ୍ତି, ପୂର୍ବ ସପ୍ତାହରେ ନିଅଣ୍ଟ ଟଙ୍କାକୁ ନେଇ ହୋଇଥିବା ଆକଳନରୁ ଜଣାପଡ଼ିଛି ଯେ, ଦେଶରେ ପ୍ରାୟ ୮୫ ପ୍ରିତଶତ ଏଟିଏମ କାମ କରୁଛି । ଏହାଛଡ଼ା ଏବେ ଦେଶରେ ମୋଟ ୭ ଲକ୍ଷ କୋଟିର ୨୦୦୦ ହଜାର ଟଙ୍କିଆ ନୋଟ ବଜାରରେ ମହଜୁଦ ରହିଛି । ଯାହାକି ପଯ୍ୟାପ୍ତ ପରିମାଣ ଠାରୁ ଅଧିକ । ଏହାଛଡ଼ା ନକଲି ନୋଟ କାରବାରକୁ ରୋକିବାକୁ ବଜାରକୁ ନୂଆ ଆସୁଥିବା ନୋଟର ସିକ୍ୟୁରିଟି ଫିଚର୍ସ ବଢ଼ାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe