ବିଚ୍ ରାସ୍ତାରେ ବିଡା ବିଡା ଟଙ୍କା । ରାଜଧାନୀ ରାସ୍ତା ଉପରେ ପଡିଛି ୫୦୦ ଟଙ୍କିଆ ବଣ୍ଡଲ ।

1,006

କନକ ବ୍ୟୁରୋ: ବିଚ ରାସ୍ତାରେ ବିଡା ବିଡା ଟଙ୍କା । ରାଜଧାନୀ ରାସ୍ତା ଉପରେ ପଡିଛି ୫୦୦ ଟଙ୍କିଆ ନୋଟ୍ ବିଡା । ଭୁବନେଶ୍ୱର ଗଙ୍ଗନଗର ଛକରେ ରାସ୍ତା ଉପରେ ୩ଟି ୫୦୦ ଟଙ୍କିଆ ନୋଟ ବିଡା ପଡିଛି ।  ସେ ଟଙ୍କା କିଏ ପକାଇଛି ଓ କେଉଁଠୁ ଆସିଲା ତାହା ଜଣାପଡିନଥିବା ବେଳେ ପୁଲିସ  ଘଟଣା ସ୍ଥଳରେ ଟଙ୍କା ବିଡାକୁ ଜବତ କରିଛି ।

ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଗଙ୍ଗନଗର ଛକ ନିକଟରେ ଦୁଇ ବାଇକ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଦୁଇ ବାଇକ ଆରୋହୀ ତଳେ ପଡିଯାଇଥିଲେ । ଜଣେ ବାଇକ୍ ଆରୋହୀଙ୍କ କାନ୍ଧରେ ଥିବା ବ୍ୟାଗରୁ ୫୦୦ ଟଙ୍କିଆ ତିନୋଟି ବଣ୍ଡଲ ଗଳିପଡିଲା । ମାତ୍ର ବାଇକ ଆରୋହୀ ଟଙ୍କା ଛାଡି ଛୁ ମାରିିଥିବା ପ୍ରତ୍ୟେକ୍ଷଦର୍ଶୀ କହୁଥିବା ବେଳେ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଜବତ କରିଛି । ତେବେ ରାସ୍ତା ଉପରେ ବିଡା ବିଡା ଟଙ୍କା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।