ଦିନକୁ ଛପାହେଉଛି ୧କୋଟି ନୂଆ ୫ଶହ ଟଙ୍କିଆ ନୋଟ୍ : ନାସିକ କରେନ୍ସି ନୋଟ୍ ପ୍ରେସରେ ଛାପା କାମ ବଢିଲା ୩ଗୁଣା

ଦିନକୁ ଛପାହେଉଛି ୧କୋଟି ନୂଆ ୫ଶହ ଟଙ୍କିଆ ନୋଟ୍ : ନାସିକ କରେନ୍ସି ନୋଟ୍ ପ୍ରେସରେ ଛାପା କାମ ବଢିଲା ୩ଗୁଣା

କନକ ବ୍ୟୁରୋ :  ନୂଆ ପାଂଚ ଶହ ଟଙ୍କିଆ ନୋଟ ଛପାଇବାକୁ ୩ଗୁଣ ବୃଦ୍ଧି କଲା କରେନ୍ସି ନୋଟ୍ ପ୍ରେସ୍ । ନାସିକ ସ୍ଥିତ ପ୍ରେସରେ ନୋଟ୍ ଛପା କାର୍ଯ୍ୟକୁ ବୃଦ୍ଧି କରାଯାଇଛି । ଦିନକୁ ଛପା ହେବ କୋଟିଆ ପାଂଚ ଶହ ଟଙ୍କିଆ ନୋଟ୍ ।

ଆସନ୍ତା ଜାନୁୟାରୀ ୩୧ସୁଧା ୪୦କୋଟି ପାଂଚ ଶହ ଟଙ୍କିଆ ନୋଟ୍ ପ୍ରିଂଟ କରିବା ପାଇଁ ଯୋଜନା କରିଛି ସିଏପି ।  ଶେଷ ତିନି ଦିନେ ଆରବିଆଇକୁ ସିଏନପି ୧୧କୋଟି ଟଙ୍କାର ପାଂଚ ଶହ ଟଙ୍କିଆ ନୂଆ ନୋଟ୍ ପଠାଇଛି ।ଏହା ସହ ୧୨କୋଟି ଟଙ୍କାର ଶହେ ଟଙ୍କିଆ ନୋଟ୍ ପଠାଇଛି । ବିମୁଦ୍ରାକରଣ ପରେ ଖୁଚୁରା ସଂକଟ ନେଇ ଦେଖାଦେଇଥିବା ଅବ୍ୟବସ୍ଥାକୁ ସୁଧାରିବା ପାଇଁ କରେନ୍ସି ନୋଟ୍ ପ୍ରେସର ଏହି  ପଦକ୍ଷେପ ନେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe