କନକ ବ୍ୟୁରୋ : ନୂଆ ପାଂଚ ଶହ ଟଙ୍କିଆ ନୋଟ ଛପାଇବାକୁ ୩ଗୁଣ ବୃଦ୍ଧି କଲା କରେନ୍ସି ନୋଟ୍ ପ୍ରେସ୍ । ନାସିକ ସ୍ଥିତ ପ୍ରେସରେ ନୋଟ୍ ଛପା କାର୍ଯ୍ୟକୁ ବୃଦ୍ଧି କରାଯାଇଛି । ଦିନକୁ ଛପା ହେବ କୋଟିଆ ପାଂଚ ଶହ ଟଙ୍କିଆ ନୋଟ୍ ।
ଆସନ୍ତା ଜାନୁୟାରୀ ୩୧ସୁଧା ୪୦କୋଟି ପାଂଚ ଶହ ଟଙ୍କିଆ ନୋଟ୍ ପ୍ରିଂଟ କରିବା ପାଇଁ ଯୋଜନା କରିଛି ସିଏପି । ଶେଷ ତିନି ଦିନେ ଆରବିଆଇକୁ ସିଏନପି ୧୧କୋଟି ଟଙ୍କାର ପାଂଚ ଶହ ଟଙ୍କିଆ ନୂଆ ନୋଟ୍ ପଠାଇଛି ।ଏହା ସହ ୧୨କୋଟି ଟଙ୍କାର ଶହେ ଟଙ୍କିଆ ନୋଟ୍ ପଠାଇଛି । ବିମୁଦ୍ରାକରଣ ପରେ ଖୁଚୁରା ସଂକଟ ନେଇ ଦେଖାଦେଇଥିବା ଅବ୍ୟବସ୍ଥାକୁ ସୁଧାରିବା ପାଇଁ କରେନ୍ସି ନୋଟ୍ ପ୍ରେସର ଏହି ପଦକ୍ଷେପ ନେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-24-10h07m16s094.png)