କନକ ବ୍ୟୁରୋ : ଆସନ୍ତା ଶ୍ରୀଗୁଣ୍ଡିଚା ସମୟରେ ଶ୍ରୀମନ୍ଦିର କଳାହାଟ ଦ୍ୱାରର ହେବ ରୂପା ଛାଉଣୀ କାମ । ଏଥିପାଇଁ ନିଳାଦ୍ରୀ ଭକ୍ତ ନିବାସରେ ଥିବା ୫ କ୍ୱିଂଟାଲ ରୂପା ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଛି । ୧୧ଟି ବାକ୍ସରେ ୫ କ୍ୱିଂଟାଲା ରୂପା ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏହି ରୂପାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ୭ଟି ଦ୍ୱାରର ରୂପା ଛାଉଣି କାମ ସରିଯାଇଛି ।
ରଥଯାତ୍ରା ସମୟରେ ହେବାକୁ ଥିବା କଳାହାଟ ଦ୍ୱାରର ରୂପାଛାଉଣି କାମ ଦ୍ୱାରା ନୀତିକାନ୍ତି ପ୍ରଭାବିତ ହେବ ନାହିଁ ବୋଲି କୁହାଯାଇଛି । ଏତେ ପରିମାଣର ରୂପାକୁ ୯ ରୁ ୧୦ ମାସ ଏକ ଅସ୍ଥାୟୀ ଷ୍ଟ୍ରଂଙ୍ଗ ରୁମ୍ରେ ରଖିବା ସୁରକ୍ଷିତ ନୁହେଁ ବୋଲି ଜିଲ୍ଲାପାଳଙ୍କୁ ଗତ ୨୪ ତାରିଖରେ ଚିଠି ଲେଖିଥିଲା ଶ୍ରମନ୍ଦିର ପ୍ରଶାସନ । ଚିଠି ମୁତାବକ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଏହକୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଛି । ଜଉମୁଦ ଦିଆଯାଇ ଜିଲ୍ଲା କୋଷାଗାରରେ ଏସବୁ ରୂପା ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/vlcsnap-2021-10-05-13h48m42s859.png)