କୋଭିଡ ତୃତୀୟ ଲହର ପାଇଁ କଠୋର ହେଲେ ମହାରାଷ୍ଟ୍ର ସରକାର: ବସ୍ ଭିତରେ ମାସ୍କ ନପିନ୍ଧିଲେ ୫୦୦ ଫାଇନ 

169

କନକ ବ୍ୟୁରୋ: କୋଭିଡ ତୃତୀୟ ଲହର ପାଇଁ କଠୋର ହେଲେ ମହାରାଷ୍ଟ୍ର ସରକାର । ରାସ୍ତାରେ ଗଲାବେଳେ କିମ୍ବା ଗାଡି ଭିତରେ ନିୟମ ଭାଙ୍ଗିଲେ ହେବ ଜରିମାନା । ବସ ବା ଟ୍ୟାକ୍ସି ଭିତରେ କେହି ନିୟମ ଭାଙ୍ଗିଲେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ । ସମ୍ପୃକ୍ତ ଗାଡିର ଡ୍ରାଇଭର, ହେଲପର ବା କଣ୍ଡକ୍ଟରଙ୍କୁ ମଧ୍ୟ ୫୦୦ ଟଙ୍କା ଫାଇନ ଦେବାକୁ ହେବ । ସେହିପରି ବସ ଭିତରେ ନିୟମ ଭାଙ୍ଗିଲେ ଟ୍ରାନ୍ସପୋର୍ଟ ଏଜେନ୍ସି ମାଲିକଙ୍କୁ ୧୦୦୦ ଟଙ୍କା ଫାଇନ ଦେବାକୁ ହେବ ।

ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏଭଳି ନିୟମ କଡାକଡା କରିଛନ୍ତି ମହାରାଷ୍ଟ୍ର ସରକାର । ସେପଟେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ନୂଆ ଭୂତାଣୁକୁ ନେଇ ସତର୍କ ହୋଇଛି ଭାରତ । ନୂଆ ଭୂତାଣୁକୁ ‘ଓମାଇକ୍ରନ୍’ ନାଁରେ ନାମିତ କରିଛି ‘ହୁ’ । ଏହି ଭୂତାଣୁ ଯୋଗୁଁ ବିଦେଶ ଫେରନ୍ତାଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି ।