୫୦୦ ବସ୍ତା ଚାଉଳ ଅଟକ : କଳାହାଣ୍ଡି ନର୍ଲାରୁ କଂଟାବାଞ୍ଝି ଯାଉଥିବା ଏକ ଚାଉଳ ଗାଡି ଅଟକ

81

କନକ ବ୍ୟୁରୋ : କଳାହାଣ୍ଡି ନର୍ଲାରୁ କଂଟାବାଞ୍ଝି ଯାଉଥିବା ଏକ ଚାଉଳ ଗାଡି ଅଟକ । ବେଲପଡା ପୁଲିସ ଚାଉଳ ଗାଡି ସହିତ ଡ୍ରାଇଭରଙ୍କୁ ଅଟକ ରଖିଛି । ଜବତ ଗାଡିଟି ରାଉରକେଲାର ବୋଲି ଜଣାପଡିଛି । ପୁଲିସ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି । ଜବତ ଗାଡିରେ ୫୦୦ ବସ୍ତା ଚାଉଳ ଥିବା ଜଣାପଡିଛି । ଏହି ଗାଡିଟି ଏକ ଚାଉଳ ମିଲକୁ ଯାଉଥିବା ନେଇ ସୂୂଚନା ରହିଛି । ହେଲେ ଏହି ଚାଉଳ କିଏ ପଠାଇଥିଲା ତାହା ଜଣାପଡି ନାହିଁ । ବେଲପଡା ଯୋଗାଣ ଅଧିକାରୀ ବିଜୟ କୁଲୁ ମଧ୍ୟ ଏ ନେଇ ନିରବ ରହିଛନ୍ତି । ତେବେ ଗାଡିରେ ଥିବା ୫୦୦ ବସ୍ତା ଚାଉଳ ପିଡିଏସ ଚାଉଳ କି ନୁହଁ ତାହା ଜଣାପଡିନି ।