source : Aajtak
ପଶ୍ଚିମବଙ୍ଗର ହଂସାବାଦରେ ବୁଧବାର ଏକ ସାପ କାମୁଡିବା କାରଣରୁ ଏକ ୫୦ବର୍ଷୀୟା ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଯାଇଛି । କାଳୀଦାସ ଦେବୀ ନାମକ ଏହି ଅଭିନେତ୍ରୀ, ସାପଙ୍କ ଦେବୀ ଭୂମିକାରେ ଅଭିନୟ କରୁଥିଲେ । ପ୍ରତି ବର୍ଷ ଏହି ଅଭିନେତ୍ରୀ ପ୍ଲାଷ୍ଟିକ ସାପ ସହ ଅଭିନୟ କରୁଥିଲେ ମାତ୍ର ଏଥର ସେ ୨ଟି ଅସଲି ସାପ ସହ ଅଭିନୟ କରିବା ପାଇଁ ନିଷ୍ପତ୍ତି ନେଇଥିିଲେ । ମାତ୍ର ସୁଟିଂ ଚାଲିଥିବା ସମୟରେ ସେ ଲାଇଭ ପରଫର୍ମାନ୍ସ ଦେଉଥିଲେ ସେହି ସମୟରେ ମହିଳା ଜଣକୁ ସାପ କାମୁଡି ଦେଇଥିଲା ।
ସାପ କାମୁଡିବା ପରେ ବିଷ ଚାରିଆଡେ ବ୍ୟାପିବାରୁ ତାଙ୍କୁ ପାଖ ଗୁଣିଆଙ୍କ ପାଖକୁ ଦେଇଯାଇଥିଲେ ମାତ୍ର ଏହାଦ୍ୱାରା କୌଣସି ଫଳ ମିଳିନଥିଲା । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ , ଏବଂ ଡାକ୍ତରଙ୍କ କହିବା ମୁତାବକ ଯଦି ସଠିକ ସମୟରେ ତାଙ୍କର ଚିକିତ୍ସା କରାଯାଇଥାଆନ୍ତା ତେବେ ସେହି
ଅଭିନେତ୍ରୀଙ୍କୁ ଉଚିତ ସମୟରେ ବଂଚାଇ ପାରିଥାନ୍ତେ । ବର୍ତ୍ତମାନ ଥିଏଟର ମଣ୍ଡଳୀକୁ ହେପାଜତରେ ନେଇ ପଚରାଉଚରା ଚଳାଇଛି ପୁଲିସ । ପ୍ରଶ୍ନ ଉଠୁଛି ଯେ ଅସଲି ସାପ ସହ ଅଭିନୟ କରିବା ପାଇଁ କିଏ କାହିଁକି ଅନୁମତି ଦିଆଗଲା? ସାଧାରଣତଃ ଏଭଳି ଅଭିନୟ ପାଇଁ ପ୍ରଥମେ ଦେଖାଯାଏ ଯେ ସାପ ଦେହରେ ବିଷ ଅଛି କି ନାହିଁ କିମ୍ବା ସାପର ବିଷ ଦାନ୍ତ କଢାଯାଇଛି କି ନାହିଁ । ସ୍ଥାନୀୟ ବାସିନ୍ଦା ଗୁଣିଆକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।
Follow Us