ଏମିତି ବି ହୁଏ ପ୍ରେମ ! ପରିବାରକୁ ଛାଡି ୨୦ ବର୍ଷର ଯୁବକଙ୍କ ସହ ଫେରାର ହେଲେ ୫୦ ବର୍ଷର ମହିଳା ।

Advertisment
ଏମିତି ବି ହୁଏ ପ୍ରେମ ! ପରିବାରକୁ ଛାଡି ୨୦ ବର୍ଷର ଯୁବକଙ୍କ ସହ ଫେରାର ହେଲେ ୫୦ ବର୍ଷର ମହିଳା ।

pragativadi.com

ଫେସବୁକରେ ପୁଅ ଝିଅ ପ୍ରେମ କରି ଧୋକାର ଶିକାର ହେବା କଥା ଅନେକ ଶୁଣିବାକୁ ମିଳିଛି । ସାଧାରଣତଃ ସୁନ୍ଦରୀ ଝିଅମାନଙ୍କ ଫଟୋ ଦେଖି ପୁଅମାନେ ପ୍ରେମରେ ପଡିଥାନ୍ତି ଏବଂ ପରେ ଝିଅ ପୁରୁଷ ବନ୍ଧୁଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ଲୁଟ କରିଥିବା କିମ୍ବା ଜଣେ ପୁଅ ଗୋଟେ ଝିଅକୁ ଲୁଟ କରିଥିବା ମାମଲା ଅନେକ ଦେଖିବାକୁ ମିଳିଛି । କିନ୍ତୁ ଉତ୍ତରପ୍ରଦେଶରେ ଘଟିଥିବା ଘଟଣାଟି ସମ୍ପୁର୍ଣ୍ଣ ଅଲଗା । ଉତ୍ତରପ୍ରଦେଶର ମୋଦିନଗର ଥାନା ଅଞ୍ଚଳରେ ୫୦ବର୍ଷିୟ ମହିଳା ଜଣେ ଯୁବକ ସହିତ ଫେରାର ହୋଇଯାଇଥିବା ଏକ ମାମଲା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଉକ୍ତ ୫୦ବର୍ଷୀୟ ମହିଳାଙ୍କ ବନ୍ଧୁତା ମେରଠରେ ରହୁଥିବା ୨୦ବର୍ଷର ଯୁବକଙ୍କ ସହିତ ହୋଇଥିଲା। ମହିଳାଙ୍କ ଏକ ଝିଅ ବି ରହିଛି। ତେବେ ପତ୍ନୀ ଅନ୍ୟ ଯୁବକ ସହିତ ଫେରାର ହୋଇଯାଇଥିବା ନେଇ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ପୁଲିସରେ ମାମଲା ରୁଜୁ ହେବା ପରେ ମୋବାଇଲ୍ ଟ୍ରାକିଂ କରି ଯାଞ୍ଚ ଆରମ୍ଭ ହୋଇଯାଇଛି।

ମହିଳାଙ୍କ ହାତରେ ନୂଆ ଫୋନ୍ ଆସିବା ପରେ ସେ ଫେସବୁକ୍ ଓ ହ୍ଵାଟ୍ସଆପରେ ଆକାଉଣ୍ଟ ଖୋଲିଥିଲେ। ଗତତିନିମାସ ତଳେ ମହିଳାଙ୍କ ଉକ୍ତ ଯୁବକଙ୍କ ସହିତ ଫେସବୁକରେ ବନ୍ଧୁତା ହୋଇଥିଲା। ଗୋଟିଏ ମାସ ହେବ ଦୁହେଁ ଫୋନରେ କଥାବାର୍ତ୍ତା ହେବା ପରେ ଗତ ସୋମବାର ପ୍ରତ୍ୟୁଷରେ ମହିଳା ଘରେ ଫୋନ୍ ଛାଡ଼ି ନିଖୋଜ ହୋଇଯାଇଥିଲେ। ମହିଳାଙ୍କ ସ୍ୱାମୀ ଏନେଇ ଥାନା ଅଭିଯୋଗ ପରେ ପୁଲିସ ମହିଳାଙ୍କ ଫୋନକୁ ଜବତ କରିବା ପରେ ସେ ବିବିଏର ଜଣେ ଛାତ୍ର ସହିତ ଫେରାର ହୋଇଯାଇଥିବା ସୂଚନା ପାଇଥିଲା। ମହିଳା ଓ ଉକ୍ତ ଯୁବକଙ୍କୁ ଖୋଜିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe