ଚଳିତ ନିର୍ବାଚନ ଫଳାପଳ ଘୋଷଣା ହେବାରେ ୫ ଦିନ ହୋଇପାରେ ବିଳମ୍ବ : ଜାଣନ୍ତୁ କାହିଁକି ଏପରି କହିଲେ ନିର୍ବାଚନ ଆୟୋଗ

ନିର୍ବାଚନ ଫଳାଫଳ ଘୋଷଣା ୫ ଦିନ ବିଳମ୍ବ ହୋଇପାରେ

252

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ସହ କେବେ ନିର୍ବାଚନ ଫଳାଫଳ ପ୍ରକାଶ ହେବା ତାହା ମଧ୍ୟ ନିର୍ଦ୍ଧାରିତ ହୋଇସାରଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବ ସୂଚନା ଅନୁସାରେ, ବିରୋଧୀ ଦଳଙ୍କ ଦ୍ୱାରା ଇଭିଏମ ଓ ଭିଭିପ୍ୟାଟ ପାର୍ଚାକୁ ମିଳାଇବା ୫୦ ପର୍ଯ୍ୟନ୍ତ ବଢାଇବା ଦାବିକୁ ପାଳନ କରାଗଲେ ନିର୍ବାଚନ ଫଳାଫଳ ଘୋଷଣା ୫ ଦିନ ବିଳମ୍ବ ହୋଇପାରେ ବୋଲି ନିର୍ବାଚନ ଆୟୋଗ ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ କରାଇଛନ୍ତି ।

ତେବେ ବିରୋଧୀ ଦଳ ଗୁଡିକ କୋର୍ଟରେ ଆବେଦନ କରି କହିଥିଲେ ଯେ, ୫୦ ପ୍ରତିଶତ ଭିଭିପ୍ୟାଟ ପାର୍ଚକୁ ମିଳିଯାଉ । ଏପରି କରାଗଲେ ନିର୍ବାଚନରେ ସୁଦ୍ଧତା ଆସିବ ବୋଲି ବିରୋଧୀମାନେ କହିଛନ୍ତି । ତେବେ ନିର୍ବାଚନ ଆୟୋଗ କହିଛନ୍ତି ଯେ, ଯଦି ଏପରି କରାଯାଏ ତେବେ ଫଳାଫଳ ଘୋଷଣା ହେବା ତାରିଖରେ ପରିବର୍ତନ ଆସିପାରେ ଏପରିକି ମେ ୨୩ ପରିବର୍ତେ ମେ ୨୮ରେ ଫଳ ପ୍ରକାଶ ପାଇପାରେ ବୋଲି ସେ କହିଛନ୍ତି ।

ଏହାସହ ନିର୍ବାଚନ ଆୟୋଗ କହିଛନ୍ତି ଯେ, ସ୍ୱୟଂଚାଳିତ ଭାବରେ ପାର୍ଚା ମିଳାଇବା ପାଇଁ କୌଣସି ସୁବିଧା ନାହିଁ । ଏହାସହ ଆୟୋଗ କହିଛନ୍ତି ଯେ, ଏପରି କରାଗଲେ ତାହା ଲାଗି ବଡ ଘରର ଆବଶ୍ୟକତା ରହିଛି ଏବଂ ଅଧିକ ସଂଖ୍ୟାରେ ଲୋକଙ୍କର ମଧ୍ୟ ଆବଶ୍ୟକତା ରହିଛି । ତେବେ ଏନେଇ କୌଣସି ନିଷ୍ପତ୍ତି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।