ରୋଚକ ହେଲା ବାରଣାସୀ ରାଜନୀତି । ମୋଦିଙ୍କ ବିପକ୍ଷରେ ନାମାଙ୍କନ ଦାଖଲ କଲେ ୫୦ ଜଣ କୃଷକ ।

Advertisment
ରୋଚକ ହେଲା ବାରଣାସୀ ରାଜନୀତି । ମୋଦିଙ୍କ ବିପକ୍ଷରେ ନାମାଙ୍କନ ଦାଖଲ କଲେ ୫୦ ଜଣ କୃଷକ ।

image courtesy - www.dnaindia.com

କନକ ବ୍ୟୁରୋ : ରୋଚକ ସ୍ଥିତିରେ ପହଞ୍ଚିଲା ବାରଣାସୀ ରାଜନୀତି । ପ୍ରଥମେ ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ଦେଖାଯାଇଥିବା ସସପେନ୍ସରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ମୋଦିଙ୍କ ପାଇଁ ସୃଷ୍ଟି ହୋଇଛି ପୁଣି ଏକ ଚ୍ୟାଲେଞ୍ଜ । ଗତ ୨୬ ତାରିଖରେ ବିଶାଳ ରୋଡ୍ ସୋ’ରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

publive-imageତେବେ ମୋଦୀଙ୍କୁ ବିରୋଧ କରି ତେଲେଙ୍ଗନାରା ୫୦ଜଣ କୃଷକ ନିର୍ଦଳୀୟ ପ୍ରାର୍ଥୀ ହୋଇ ଶନିବାର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣା ପଡ଼ିଛି । ନାମାଙ୍କନ ପରେ ଏନ୍‌ଆଇକୁ ନିଜର ବୟାନ ଦେଇ, ଆମେ କାହାକୁ ବିରୋଧ କରୁନାହୁଁ । ଆମେ କେବଳ ଆମର ସମସ୍ୟାକୁ ଲୋକମାନଙ୍କ ପାଖକୁ ଆଣିବାକୁ ଚାହୁଁଛୁ ବୋଲି କହିଥିଲେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ନାମାଙ୍କନ ଭରିଥିବା ୫୦ଜଣ କୃଷକ ହଳଦୀ ଚାଷ କରୁଥିବା କୃଷକ ବୋଲି ଜଣା ପଡ଼ିଛି । ହଳଦୀ ବୋର୍ଡର ଗଠନ କରାଯିବା ସହ ହଳଦୀ କ୍ୱିଣ୍ଟାଲ ପ୍ରତି ୧୫,୦୦୦ଟଙ୍କା କରାଯାଉ ବୋଲି ଦାବି କରି ସେମାନେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe