କନକ ବ୍ୟୁରୋ: ଯେଉଁଠାରୁ ରାଜ୍ୟ ତଥା ରାଜ୍ୟ ସାରା ବିଦ୍ୟୁତ ସଞ୍ଚରି ଯାଉଥିଲା ସେହିଠାରୁ ଆଜି ବିଦ୍ୟୁତ ଉତ୍ପାଦନ ଠପ ହୋଇଯାଇଛି । ମାର୍ଚ୍ଚ ୩୧ ତାରିଖ ଯାଏ ପରିବେଶ ମଞ୍ଜୁରୀ ଥିବା ବେଳେ , ପ୍ଳାଣ୍ଟ ବନ୍ଦ ହୋଇ ଯିବ ବୋଲି ଯେଉଁ ଆଶଙ୍କା କରା ଯାଉଥିଲା ତାହା ଆଜି ସତ ହୋଇଛି । ଆଜିଠାରୁ ତାଳଚେର ଥର୍ମାଲ ପାୱାର ଷ୍ଟେସନ ପ୍ଳାଣ୍ଟ ଚାଲିବ ନାହିଁ ବୋଲି ଜଣା ପଡିଛି ।
ପରିବେଶ ମଂଜୁରୀ ସରିଯିବାରୁ ବନ୍ଦ ହୋଇଯାଇଛି ତାଳଚେର ଥର୍ମାଲ ପାୱାର ଷ୍ଟେସନ । ୫୪ ବର୍ଷ ଧରି ବିଜୁଳି ପ୍ରଦାନ କରୁଥିବା ପାୱାର୍ ପ୍ଲାଂଟର ସମସ୍ତ ୬ଟି ୟୁନିଟକୁ ବନ୍ଦ କରି ଦିଆଯାଇଛି । ୪୬୦ ମେଗାୱାଟ୍ ବିଶିଷ୍ଟ ପ୍ଲାଂଟ ବନ୍ଦ ହୋଇଯିବାରୁ ବିଦ୍ୟୁତ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁସାରେ ମାର୍ଚ ୩୧ରୁ ଟିଟିପିଏସ୍କୁ ବନ୍ଦ କରାଯାଇଥିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଟିଟିପିଏସ୍ କର୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ଏନଟିପିସି ସେକ୍ରେଟାରୀ ନନ୍ଦିନୀ ।
ତେବେ ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ହୋଇଯିବାରୁ ପ୍ରଭାବିତ ହୋଇଛନ୍ତି ୧୪ ଶହ ଠିକା କର୍ମଚାରୀ । ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ପେଟ ପାଟଣାକୁ ନେଇ ଚିନ୍ତା ବଢିଛି ।
Follow Us