କନକ ବ୍ୟୁରୋ: ଆଜି ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ବିଜେଡି କୋଇଲା ରୟାଲ୍ଟି କଥା କହୁଛି । ହେଲେ ମୋଦୀ ସରକାରରେ ମିନେରାଲ ରିଫର୍ମରେ ସବୁଠାରୁ ବଡ ଲାଭାର୍ଥି ଓଡିଶା । ଆପଣଙ୍କ ବଜେଟରେ ଆପଣ କହିଥିଲେ, ଓଡିଶାର ଖଣି ରାଜସ୍ୱ ୨୦୧୪ରେ ବାର୍ଷିକ ୪, ୯୨୦ କୋଟି ଟଙ୍କା । ଯାହା ଗତ ବର୍ଷ ବଢି ୫୦ ହଜାର କୋଟି ହୋଇଥିଲା । ଆପଣ ୫୦ ହଜାର କୋଟି ପାଉଛନ୍ତି ରାଜସ୍ୱ ଆଉ କହୁଛନ୍ତି ରୟାଲ୍ଟି ପାଉନାହାନ୍ତି । ଜିଲ୍ଲା ଖଣିଜ ପାଣ୍ଠି କରିବାକୁ ନରେନ୍ଦ୍ର ମୋଦୀ କହିଥିଲେ । ଆଜି ବିଗତ ବର୍ଷ ଗୁଡିକରେ ଓଡିଶାକୁ ଆସିଛି ଜିଲ୍ଲା ଖଣିଜ ପାଣ୍ଠି ନାଁରେ ଆସିଛି ୪୨୬ କୋଟି ଟଙ୍କା । ଆପଣ କୋଇଲା ରୟାଲ୍ଟି ନାଁରେ ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି ।

Advertisment

ଆପଣ ଗୁଜରାଟର ତଥ୍ୟ ଦେଉଛନ୍ତି, ଗୁଜରାଟ ଏକ ନମ୍ବର ହୋଇନି ଆଉ କଣ ଦୁଇ ନମ୍ବରରେ ଅଛି । ଅନେକ ଷ୍ଟାଟିଷ୍ଟିକରେ ଗୁଜରାଟ ସର୍ବଭାରତୀୟ ସ୍ତରରେ ଏକ ନମ୍ବର ହୋଇଛି । ଆପଣ କେଉଁଥିରେ ହୋଇଛନ୍ତି? ରୋଜଗାର ଦେବାରେ ଆପଣ ତଳ ଆଡୁ ଏକ ନମ୍ବର । ମହିଳାମାନଙ୍କୁ ଅତ୍ୟାଚାରରେ ଆପଣ ତଳ ଆଡୁ ଏକ ନମ୍ବର । ଗଞ୍ଜାମରୁ ଅଧିକ ଲୋକ ଯାଇ ଗୁଜରାଟ ଯାଇ କାମ କରୁଛନ୍ତି । ୨୫ ବର୍ଷ ଶାସନରେ ରହିଲା ପରେ ଆପଣ ଦାୟିତ୍ୱ ନେଇପାରିଲେନି ।