ଆପଣ କେବେ ଭାବିଛନ୍ତି କୌଣସି ମେଡିକାଲ୍ କୁ ଗଲେ ଚିକିତ୍ସା ପରେ ଫିସ୍ ବାବଦକୁ ମାତ୍ର ୫୦ ଟଙ୍କା ନିଆଯାଇପାରେ ଏବଂ କ୍ଲିନିକ୍ ରୁ ମାଗଣା ମେଡିସିନ୍ ମିଳିପାରେ । ବର୍ତ୍ତମାନ ସମୟରେ ଏଭଳି ଶୁଣିବାକୁ ଅବାନ୍ତର ଭଳି ଲାଗୁଥିଲେ ମଧ୍ୟ କଥାଟି ସତ । ଆଜିକା ସମୟରେ ଯେଉଁଠି ପ୍ରତି ଗଳିକନ୍ଦିରେ ଗୋଟିଏ ଗୋଟିଏ ଡାକ୍ତରଖାନା ଖୋଲି ଚିକିତ୍ସା ନାଁକୁ ହଜାର ହଜାର ଟଙ୍କା ଲୁଟି ନେଉଛନ୍ତି ସେହି ସମାଜରେ ଏଭଳି ଏକ ହସପିଟାଲ୍ ଯାହା ୫୦ ଟଙ୍କାରେ ରୋଗୀର ଚିକିତ୍ସା କରୁଛି ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ । ହଁ ଆଜ୍ଞା ଏଭଳି ଏକ ମେଡିକାଲ୍ ରାଜଧାନୀ ଦିଲ୍ଲୀରେ ରହିଛି ଯାହା ୩ ବର୍ଷ ଧରି ଲୋକଙ୍କୁ ଏଭଳି ସୁବିଧା ଯୋଗାଇ ଆସୁଛି । ଏହି ମେଡିକାଲ୍ ପୂର୍ବ ଦିଲ୍ଲୀରେ ରହିଛି । ରାଠି ମେଡିକାଲ୍ ଏବଂ କ୍ଲିନିକ୍ ନାମରେ ଏହା ୩ ବର୍ଷରୁ କାମ କରିଆସୁଛି । ଯେଉଁଠି ପ୍ରତିଦିନ ଶହ ଶହ ରୋଗୀ ଆସି ୫୦ ଟଙ୍କା ଦେଇ ଚିକିତ୍ସା କରି ଯାଉଛନ୍ତି ।
ଫିସ୍ କମ୍ ଥିବା କାରଣରୁ ଗରିବ ଏବଂ ମଧ୍ୟବିତ୍ତ ଲୋକ ଏଠାକୁ ଆସି କମ୍ ଟଙ୍କାରେ ଚିକିତ୍ସା କରିଯାଆନ୍ତି । ଏହି ମେଡିକାଲକୁ ମାରୱାଡି ଡାକ୍ଟର ଦମ୍ପତି କୃଷ୍ଣକୁମାର ରାଠୀ ଏବଂ ଲତା ରାଠୀ ଚଳାଉଛନ୍ତି । ଏହି ଦୁଇ ଡାକ୍ତର ଦମ୍ପତି ପୂର୍ବରୁ ଏକ ବଡ ଡାକ୍ତରଖାନାରେ କାର୍ଯ୍ୟ କରିଆସୁଥିଲେ କିନ୍ତୁ ବିଗତ ତିନି ବର୍ଷ ଧରି ଦୁହେଁ ଏହି ମେଡିକାଲ୍ ସ୍ଥାପନ କରି ଲୋକଙ୍କୁ କମ୍ ମୂଲ୍ୟରେ ଚିକିତ୍ସା ଯୋଗାଇ ଦେଉଛନ୍ତି ।
ଦମ୍ପତିଙ୍କ କହିବାନୁସାରେ ବର୍ତ୍ତମାନ ଲୋକମାନେ ଡାକ୍ତରଖାନା ଯିବା ପୂର୍ବରୁ ପ୍ରଥମେ ଅନେକ ମାନସିକ ଅବସାଦ ଦେଇ ଗତି କରିଥାନ୍ତି । ଫିସ୍ ଅଧିକ ହୋଇଥିବା କାରଣରୁ କେହି ଉନ୍ନତମାନର ଚିକିତ୍ସା କରିପାରନ୍ତି ନାହିଁ । କିନ୍ତୁ ରାଠୀ ଦମ୍ପତି ଏଭଳି କାମ କରି ସମାଜ ପାଇଁ ମିଶାଲ୍ କାୟମ୍ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/50.jpg)
/kanak/media/post_attachments/wp-content/uploads/2018/12/hh-300x174.jpg)
/kanak/media/post_attachments/wp-content/uploads/2018/12/perio_fac_clinic_hero-300x200.jpg)