ଆଫଗାନିସ୍ତାନ ଆତ୍ମଘାତୀ ବିସ୍ଫୋରଣରେ ୫୦ ମୃତ, ୮୩ ଆହତ

ବିବାହ ଉତ୍ସବରେ ବିସ୍ଫୋରଣ

177

କନକ ବ୍ୟୁରୋ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଆଜି ମୁସଲିମ୍ ଧାର୍ମିକ ଗବେଷକଙ୍କ ସମ୍ମିଳନୀରେ ଆତ୍ମଘାତୀ ବିସ୍ଫୋରଣ ହୋଇ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ୬୦ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୮୩ ଜଣ ଆହତ ହୋଇଛନ୍ତି । ଏହାସହ ୨୦ ଜଣ ଗୁରୁତର ଆହତ ହୋଇ ନିିକଟସ୍ଥ ମେଡିକାଲରେ ଭର୍ତି ହୋଇ ଚିକିତ୍ସା ହେଉଛନ୍ତି । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନେ ସମସ୍ତେ ଧାର୍ମିକ ଗବେଷକ ବୋଲି ସୂଚନା ମିଳିଛି । ତେବେ କାବୁଲରେ ଏକ ବିବାହ ଉତ୍ସବ ହେଉଥିବା ସମୟରେ ଏପରି ବିସ୍ଫେରୋଣ ହୋଇଥିଲା । ବିବାହ ଉତ୍ସବରେ ସେଠାରେ ଉପସ୍ଥିତ ଥିବା ଲୋକମାନେ  ମସଗୁଲ ଥିବା ସମୟରେ ଏପରି ହଠାତ ଏକ ଅଘଟଣ ହୋଇଥିଲା ।

 

ତେଣୁ କେହି କିଛି ବୁଝିବା ପୂର୍ବରୁ ହିଁ ଘଟଣାସ୍ଥଳରେ ୫୦ ଜଣଙ୍କ ପ୍ରାଣ ଚାଲିଯାଇଥିଲା । ତେବେ କେଉଁ ସଂଗଠନ ଏପରି କରିଛି ତାହା ସ୍ପଷ୍ଟ ଭାବରେ ଜଣାପଡିନଥିଲେ ବି ତାଲିବାନ ଆତଙ୍କବାଦୀ ସଂଗଠନ ଏହି ଘଟଣା ଘଟାଇଛି ବୋଲି ପ୍ରାଥମିକ ସୂଚନା ମିଳିଛି । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ମେଡିକାଲରେ ସମସ୍ତ ଆହତଙ୍କୁ ଭର୍ତି କରିଛନ୍ତି । ଏହାସହ ସ୍ଥାନୀୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେ ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳରେ ପହଚିଂବା ସହ ଆହତଙ୍କୁ ମେଡିକାଲରେ ଭର୍ତି କରିଥିଲୁ । ଏହାସହ ସେହି ଉତ୍ସବରେ କୌଣସି ସରକାରୀ ପୋଲିସ କର୍ମଚାରୀ ସୁରକ୍ଷା ପାଇଁ ନିୟୋଜିତ ହୋଇନଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି ।