କନକ ବ୍ୟୁରୋ : ଉଦ୍ଧାର ହେଲା ବିରଳ ପ୍ରଜାତିର କଇଁଛ । ଚୌଦ୍ୱାର ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ହାଟୁଆ ପୋଖରୀରୁ ଏକ ବିରଳ ପ୍ରଜାତିର ଇଁଛକୁ ଉଦ୍ଧାର କଲା ବନବିଭାଗ। ଏହାର ଓଜନ ୫୦ରୁ ୬୦ କିଲୋ ଥିବା ବେଳେ ବୟସ ୪୦ ବର୍ଷ ବୋଲି ଅନୁମାନ କରାଯାଉଛି। ଏହି ବିରଳ ପ୍ରଜାତିର କଇଁଛର ଲାଞ୍ଜ ରହିଛି ।
ସୂଚନା ମୁତାବକ କିଛି ଯୁବକ ପୋଖରୀରେ ମାଛ ଧରିବାକୁ ବନିଶୀ କଣ୍ଟା ପକାଇଥିଲେ । ଆଉ ଏହି କଣ୍ଟାରେ ମାଛ ବଦଳରେ କଇଁଛ ଲାଗିଥିଲା । ତେବେ ୫୦ରୁ ୬୦ କେଜିର ଏହି ବିରଳ କଇଁଛକୁ ଦେଖିବା ପାଇଁ ଲୋକଙ୍କର ଭିଡ ଜମିଥିଲା । ଆଉ ଏସବୁ ଭିତରେ ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କଇଁଛକୁ ଉଦ୍ଧାର କରିଥିଲେ । ତେବେ କଇଁଛର ଶରୀରରେ ବଡ ଧରଣର କ୍ଷତ ରହିଥିବାରୁ ଅପରେସନ ପାଇଁ ଓୟୁଏଟିକୁ ପଠାଯାଇଛି । ସେଠାରେ କଇଁଛର ଅପରେସନ ପରେ ତାକୁ ବିରୂପା ନଦୀରେ ଛଡାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/K.jpg)