ଭୁବନେଶ୍ୱର ତମାଣ୍ଡୋ ନିକଟ ଏନଏଚରୁ ୫୦ କେଜି ଗଞ୍ଜେଇ ଜବତ : ପାଟ୍ରୋଲିଂ ବେଳେ ଏକ ଟାଟା ଏସିିଇ ଗାଡିରୁ ଜବତ କଲା ପୋଲିସ

116

କନକ ବ୍ୟୁରୋ : ପିକଅପ୍ ଭ୍ୟାନରୁ ୫୦ କେଜି ଗଂଜେଇ ଜବତ । ଘଟଣାରେ ୩ଜଣଙ୍କୁ ଗିରଫ କଲା ପୋଲିସ । ଅବକାରୀ ଟିମ୍ ଭୁବନେଶ୍ୱର ତମାଣ୍ଡ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ପିକଅପ ଭ୍ୟାନରୁ ଗଂଜେଇ ଜବତ କରିଛି । ଜବତ ଗଂଜେଇ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ।

ସେପଟେ, ଗଜପତି ଜିଲ୍ଲାରେ ଦିନକୁ ଦିନ ନିଷିଦ୍ଧ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯୁବକ ଏହି ବେପାରରେ ପଶୁଛନ୍ତି । ଆଇନ ଭୟ, କଡ଼ାକଡ଼ି ଚଢ଼ଉ ସତ୍ତ୍ବେ ସେମାନେ ଏହି କାରବାରରୁ ସ˚ପର୍କ ଛିନ୍ନ କରୁନାହାନ୍ତି। ମୋହନା, ରା.ଉଦୟଗିରି ବ୍ଲକରେ ମାଫିଆଙ୍କ ପ୍ରୋତ୍ସାହନରେ ବ୍ୟାପକ ଗ˚ଜେଇ ଚାଷ ହେଉଛି । ଏହାକୁ ବଜାରକୁ ଆଣି ଗ୍ରାହକଙ୍କ ନିକଟରେ ପହ˚ଚାଇବା ବର୍ତ୍ତମାନ ଗ˚ଜେଇ ମାଫିଆଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି ।

ପୁଲିସ ଏବ˚ ଅବକାରୀ ଗୁଇନ୍ଦା ସ˚ସ୍ଥା ଧରପଗଡ଼ ମିସନ୍‌ ଜୋର୍‌ଦାର୍‌ କରିଛନ୍ତି । ଜିଲ୍ଲାରେ ଗତ ୨ବର୍ଷ ମଧ୍ୟରେ ୧୦୦ରୁ ଅଧିକ ଗ˚ଜେଇ ବ୍ୟବସାୟୀଙ୍କୁ କାବୁ କରାଯାଇଛି । ତଥାପି ଗଞ୍ଜେଇ କାରବାର କମିନାହିଁ । ବେକାରୀ ସମସ୍ୟା ସହ ଅର୍ଥାଭାବ କାରଣରୁ ଯୁବପିଢ଼ି ଗଞ୍ଜେଇ ବେପାରୀଙ୍କ ପ୍ରଲୋଭନର ବଶବର୍ତ୍ତୀ ହେଉଛନ୍ତି । ଶତାଧିକ ଯୁବକ ଏହି ବେଆଇନ କାରବାରରେ ସଂପୃକ୍ତ ହେଉଛନ୍ତି ।