ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ପକ୍ଷରୁ ଜୁନିୟର ଅପରେଟର ପଦ ପାଇଁ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଜୁଲାଇ ୭ ତାରିଖ ପୂର୍ବରୁ ଏହି ପଦଗୁଡିକ ପାଇଁ ଆବେଦନ କରିପାରିବେ । ଆଶାୟୀମାନେ ଆବେଦନ କରିବା ପୂର୍ବରୁ ଏହି ପଦ ପାଇଁ ସମ୍ବନ୍ଧୀତ ସୂଚନା ଜାଣିରଖିବା ଆବଶ୍ୟକ ।
ପଦ - ଜୁନିୟର ଅପରେଟର
ପଦ ସଂଖ୍ୟା – ୫୦ଟି
ଯୋଗ୍ୟତା – କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଯୁକ୍ତ ୨ ଏବଂ ଆଇଟିଆଇ କୋର୍ସ କରିଥିବା ଆବଶ୍ୟକ
ବୟସ ସୀମା - ଆଶାୟୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୬ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
ଚୟନ ପ୍ରକ୍ରିୟା - ଆଶାୟୀମାନଙ୍କର ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ କରାଯିବ
ଅନ୍ତିମ ତାରିଖ – ୭ ଜୁଲାଇ ୨୦୧୮
ଦରମା – ୧୦,୫୦୦ ରୁ ୨୪,୫୦୦
ଆବେଦନ ଶୁଳ୍କ – ଜେନେରାଲ କିମ୍ବା ଓବିସି ବର୍ଗ ଆଶାୟୀମାନଙ୍କ ପାଇଁ ୧୦୦ ଟଙ୍କା ଏବଂ ଏସସି ଏସଟି ଆଶାୟୀମାନେ ସମ୍ପୂର୍ଣ୍ଣ ମାଗଣାରେ ଆବେଦନ କରିପାରିବେ
ଆବେଦନ ପ୍ରକ୍ରିୟା - ପଦ ପାଇଁ ଇଚ୍ଛୁକ ଥିବା ଆଶାୟୀମାନେ ଅଫିସିଆଲ ୱେବସାଇଟ www.iocl.com ରେ ଲଗ ଇନ କରି ଆବେଦନ କରିପାରିବେ ।