ସାଙ୍ଗ ସାଜିଲେ ଭାଇ । ସହିଦଙ୍କ ଭଉଣୀ ବାହାଘରରେ ସାମିଲ ହେଲେ ୫୦ ବାୟୁସେନା କମାଣ୍ଡୋ 

Advertisment
ସାଙ୍ଗ ସାଜିଲେ ଭାଇ । ସହିଦଙ୍କ ଭଉଣୀ ବାହାଘରରେ ସାମିଲ ହେଲେ ୫୦ ବାୟୁସେନା କମାଣ୍ଡୋ 

କେବଳ ରକ୍ତରୁ ନୁହେଁ, ଭାବନାରୁ ବି ସୃଷ୍ଟି ହୋଇପାରେ ସଂପର୍କ । ନିକଟ ଅତୀତରେ ନିଜ ଭାଇକୁ ହରାଇଥିବା ଜଣେ ସହିଦଙ୍କ ଭଉଣୀ ବାହାଘରରେ ଉପସ୍ଥିତ ରହି ଭାରତୀୟ ବାୟୁସେନାର ୫୦ କମାଣ୍ଡୋ ତାଙ୍କୁ ବିଦାୟ ଦେବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଜମ୍ମୁ-କଶ୍ମୀରରେ ଚରମପନ୍ଥୀଙ୍କ ଦ୍ୱାରା ଲଢ଼େଇ କରୁଥିବା ବେଳେ ସହିଦ ହୋଇଥିବା ଜ୍ୟୋତି ପ୍ରକାଶ ନିରଳାଙ୍କ ଭଉଣୀର ନିକଟରେ ବାହଘର ଥିଲା । ସେ ତାଙ୍କ ଭାଇର ଅନୁପସ୍ଥିତ ଅନୁଭବ ନ କରନ୍ତୁ ବୋଲି ଜ୍ୟୋତିଙ୍କର ୫୦ ଜଣ ସହକର୍ମୀ ଆସି ତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ଚମକାଇ ଦେଇଥିଲେ।
ଜ୍ୟୋତି ୨୦୧୭ ମସିହା ନଭେମ୍ବର ୧୮ ତାରିଖରେ ସହିଦ ହୋଇଥିଲେ। ତାଙ୍କ ତ୍ୟାଗ ପାଇଁ ତାଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି ମଧ୍ୟ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ ଏହି ସମ୍ମାନଜନକ ପୁରସ୍କାର ଜ୍ୟୋତିଙ୍କ ମାଆ ଓ ତାଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଛି । ଜ୍ୟୋତିଙ୍କ ଭଉଣୀ ଶଶିକଳାଙ୍କ ବାହାଘର ଠିକ୍ ହେବା ପରେ ତାଙ୍କ ବାପା ଏୟାର୍ ଚିଫ୍ ମାର୍ସାଲ ଏବଂ ଗରୁଡ କମାଣ୍ଡୋ ୟୁନିଟକୁ ନିମନ୍ତ୍ରଣ ପତ୍ର ପଠାଇଥିଲେ। ନିମନ୍ତ୍ରଣ ରକ୍ଷା କରି ଗରୁଡ କମାଣ୍ଡୋ ୟୁନିଟରୁ ୫୦ ଜଣ ଆସି ଜ୍ୟୋତିଙ୍କ ଘରେ ଉପସ୍ଥିତ ରହି ତାଙ୍କ ଭଉଣୀଙ୍କୁ ସ୍ୱତନ୍ତ୍ର ଅନୁଭବ ଦେଇଛନ୍ତି। ଏହି ୫୦ ଜଣ ମିଶି ୫ ଲକ୍ଷ ଟଙ୍କା ଉପହାର ଦେଇଛନ୍ତି। କେବଳ ସେତିକି ନୁହେଁ, ସେମାନେ ଉପସ୍ଥିତ ରହି ବାହାଘରରେ ଭାଇର ଅଭାବକୁ ପୂରା କରିଛନ୍ତି। ଜ୍ୟୋତିଙ୍କ ବାପାମାଆ ଭାବପ୍ରବଣ ହୋଇ କହନ୍ତି, ‘ଆମେ ଗୋଟିଏ ପୁଅ ହରାଇ ୫୦ ପୁଅ ପାଇଛୁ। ଏହି ପିଲାମାନଙ୍କ ସ୍ନେହ ଓ ଭଲପାଇବା ଆମ ପୁଅର ଅଭାବକୁ ପୂରା କରିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe