ଉଗ୍ର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ହମାସ କମାଣ୍ଡରକୁ ଟାର୍ଗେଟ କରି ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କଲା ଆଇଡିଏଫ୍, ୫୦ ମୃତ
କନକ ବ୍ୟୁରୋ : ଇସ୍ରାଏଲ- ହମାସ ଭିତରେ ଯୁଦ୍ଧ ୨୬ ଦିନରେ ପହଁଚିଲାଣି । ହେଲେ ସ୍ଥିତିରେ କୌଣସି ସୁଧାର ଦେଖିବାକୁ ମିଳୁନାହିଁ । ହମାସ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଆଉ ଏଥିରେ ହଜାର ହଜାର ସଂଖ୍ୟାରେ ନୀରିହ ପାଲେଷ୍ଟାଇନ୍ ନାଗରିକଙ୍କ ଜୀବନ ଗଲାଣି । ଏହାରି ଭିତରେ ଗାଜା ସହ ଯୋଗାଯୋଗର ସବୁ ବାଟ ବନ୍ଦ କରି ଦେଇଛି ଇସ୍ରାଏଲ । ଗାଜାରେ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ଠପ କରି ଦିଆଯାଇଛି । ପାଲେଷ୍ଟାଇନ୍ ଟେଲିକମ୍ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ଗାଜା ସ୍ଥିତ ଜବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ସେନା ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯାଇଛି । ଏଥିରେ ଅନେକ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି । ଇସ୍ରାଏଲ ସେନାର ଯୁକ୍ତି ଏହି କ୍ୟାମ୍ପରେ ହମାସ୍ର ଜଣେ କମାଣ୍ଡର ଲୁଚି ରହିଥିଲା ଆଉ ଆକ୍ରମଣରେ ତାର ମୃତ୍ୟୁ ହୋଇଛି ।
ସେପଟେ ରେଫ୍ୟୁଜି କ୍ୟାମ୍ପ ଆକ୍ରମଣକୁ ଇଜିପ୍ଟ, ଜୋର୍ଡାନ୍ ଓ ସାଉଦି ଆରବ ଶୋକ ପ୍ରକାଶ କରିଛି । ସେପଟେ ମଧ୍ୟ ପ୍ରାଚ୍ୟରେ ଉତେଜନାପୂର୍ଣ୍ଣ ସ୍ଥିତିକୁ ନଜରରେ ରଖି ପୁଣିଥରେ ଇସ୍ରାଏଲ ଗସ୍ତ କରିବେ ଆମେରିକା ପ୍ରତିରକ୍ଷା ସଚିବ ଆଂଟୋନି ବ୍ଲିଙ୍କେନ୍ । ଯୁଦ୍ଧକୁ ବାଦ୍ ଦେଇ ହମାସ୍ ଓ ଇସ୍ରାଏଲ ଭିତରେ ବିବାଦ କିପରେ ଶେଷ ହୋଇ ପାରିବ ଏ ଦିଗରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ସେହିପରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିସି ସୁନକ୍, ସାଧାରଣ ଲୋକଙ୍କୁ ଯେପରି କ୍ଷତି ନ ପହଁଚିବ ସେ ଦିଗରେ ଧ୍ୟାନ ଦେବାକୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତାନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି ।
ବୋମା ମାଡ଼ରେ ଧ୍ୱଂସ ଶରଣାର୍ଥୀ ଶିବିର
– ଜବାଲିଆ ଶରଣାର୍ଥୀ ଶିବିର ଉପରେ ବୋମା ମାଡ଼
– ଉତର ଗାଜା ସ୍ଥିତ ଜବାଲିଆ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ
– ବୋମା ମାଡ଼ରେ ୫୦ ମୃତ
– ମୃତକଙ୍କ ଭିତରେ ଅନେକ ମହିଳା ଓ ଶିଶୁ
– ଆଉ ୨ଟି ଶରଣାର୍ଥୀ ଶିବିର ଉପରେ ବି ଆକ୍ରମଣ
– ଅଲ୍ ଶାତି ଶିବିର ଆକ୍ରମଣରେ ୧୦ ମୃତ
– କେନ୍ଦ୍ରୀୟ ଗାଜାରେ ନୁସେରାତ୍ ଶରଣାର୍ଥୀ ଶିବିର ଉପରେ ବୋମା ମାଡ଼
– ଶରଣାର୍ଥୀ ଶିବିର ଆକ୍ରମଣକୁ ଇଜିପ୍ଟ, ଜୋର୍ଡାନ୍ ଓ ସାଉଦି ଆରବର ନିନ୍ଦା
– ଶିବିବରେ ହମାସ କମାଣ୍ଡର ଆଶ୍ରୟ ନେଉଥିବା ଇସ୍ରାଏଲ ସେନାର ଯୁକ୍ତି