ଛତିଶଗଡ଼ ଜେଲରୁ ୫୦ କୋଟି ଦାବି । ମୁଖ୍ୟମନ୍ତ୍ରୀଙ୍କୁ ଧମକ ଭରା ଚିଠିର ଗୁମର

43

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧମକ ପୂର୍ଣ୍ଣ ଚିଠି ଲେଖିବା ଘଟଣାରେ ଖୋଲୁଛି ଖିଅ । ଧମକ ପୂର୍ଣ୍ଣ ଚିଠି ଲେଖିଥିବା କଏଦୀ ପୁଷ୍ପେନ୍ଦ୍ର ଚୌହାନ ବନ୍ଦୀରୁ ମୁକ୍ତି ପାଇଁ କରିଥିଲା ୫୦ କୋଟି ଟଙ୍କାର ଦାବି । ଏନେଇ ସୁଚନା ଦେଇଛନ୍ତି ବିଳାସପୁର ଏସପି ଆରିଫ୍ ସେଖ୍ । ବିଳାସପୁର ଏସପିଙ୍କ କହିବା ମୁତାବକ ୨୦୦୯ ମସିହାରେ ଡକାୟତି ଏବଂ ହତ୍ୟା ମାମଲାରେ ସଜା କାଟୁଛି ଏହି କଏଦୀ ପୁଷ୍ପେନ୍ଦ୍ର ନାଥ ଚୌହାନ ।

ଏଭଳି ଧମକ ଦେବା କଏଦୀ ପୁଷ୍ପେନ୍ଦ୍ରର ଅଭ୍ୟାସ । କାରଣ ପୂର୍ବରୁ ଏଭଳି ଧମକ ପୂର୍ଣ୍ଣ ଚିଠି ଓଡିଶା ଏକ ଜିଲ୍ଲାପାଳଙ୍କୁ ମଧ୍ୟ ଲେଖିଥିବା ସ୍ୱୀକାର କରିଛି ପୁଷ୍ପେପନ୍ଦ୍ର । ଏହା କେବଳ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କଏଦୀ ଏଭଳି କରିଛି ବୋଲ ବିଳାସପୁର ଏସପି କହିଛନ୍ତି । ଗତ ଅଗଷ୍ଟ ୨୫ ତାରିଖରେ ଏକ ପୋଷ୍ଟାଲ ଜରିଆରେ ବିଳାସପୁର ଜେଲରୁ ଭୁବନେଶ୍ୱରକୁ ପଠାଇଥିଲା ବୋଲି ସ୍ୱୀକାର କରିଛି କଏଦୀ ପୁଷ୍ପେନ୍ଦ୍ର ।

naveenତେବେ ପୁଷ୍ପେନ୍ଦ୍ର ବର୍ତ୍ତମାନ ମାନସିକ ସନ୍ତୁଳନ ହରାଇ ବସିଛନ୍ତି ବୋଲି କହିଛନ୍ତି ବିଳାସପୁର ଏସପି । ଅନ୍ୟପଟେ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଏହି ମାମଲାରେ ଛତିଶଗଡ ପୋଲିସ ସହ ଯୋଗାଯୋଗରେ ଅଛି ଓଡିଶା ପୋଲିସ୍ । ଏହି ମାମଲାରେ ତଦନ୍ତ ଜାରି ରହିଛି ତଦନ୍ତ ପରେ ପରବର୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତିି ପୋଲିସ୍ ଏଡିଜି ସନ୍ତୋଷ ଉପାଧ୍ୟୟ । ଚିଠି ବିଷୟରେ ପୂର୍ବରୁ ଗୃହ ବିଭାଗ ପକ୍ଷରୁ ପୂର୍ବରୁ ଆଲର୍ଟ କରାଯାଇଥିଲା । ଛତିଶଗଡ଼ ବିଳାସପୁର କେନ୍ଦ୍ରୀୟ ଜେଲରେ କଏଦୀ ଥିବା ଜଣେ କୁଖ୍ୟାତ ଅପରାଧୀ ଏପରି ଧମକପୂର୍ଣ୍ଣ ଚିଠି ଲେଖିଥିବା ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ ହୋଇଛି । ଏ ସଂକ୍ରାନ୍ତରେ ଛତିଶଗଡ଼ ସରକାରଙ୍କୁ ଜଣାଇ ଦିଆଯିବା ସହ ଉତରକୁ ଅପେକ୍ଷା କରିଛି ଓଡ଼ିଶା ପୋଲିସ ।