୧୬ ଜଣ ଗାର୍ଲଫ୍ରେଣ୍ଡକୁ ସନ୍ତୋଷ୍ଟ କରିବାକୁ କରିଥିଲା ୫୦ ଟି ଦାମି କାର ଚୋରୀ, ପୋଲିସ ଧରିବା ପରେ ଉଗାଳିଲା ସତ

1,116

କନକ ବ୍ୟୁରୋ : ପ୍ରେମ ପାଇଁ ଚୋରୀ କରିବା ଆଜିର ଯୁବ ସମାଜ ପାଇଁ କିଛି ବଡ କଥା ନୁହେଁ । ହେଲେ ଆପଣ ଏହି ଖବର ଦେଖିବା ପରେ ଆଶ୍ଚର୍ଯ୍ୟ ହେବେ କାରଣ ଜଣେ ଯୁବକଙ୍କ ୧୬ ଜଣ ପ୍ରେମିକା । ଆଉ ସେମାନଙ୍କ ଆବଶକତା ପୁରଣ କରିବାକତୁ କରିଛି ୫୦ ରୁ ଅଧିକ ଦାମି କାର ଚୋରୀ । ଏମିତି ଏକ ଖବର ଆସିଛି ଫରିଦା ବାଦରୁ । କାରଚୋରୀ ଅଭିଯୋଗରେ ଏହି ରସିକିଆ ପ୍ରେମିକକୁ ଗିରଫ୍ କରିଛି ଫରିଦାବାଦ୍ କ୍ରାଇମବ୍ରାଞ୍ଚ । ଗିରଫ୍ ହୋଇଥିବା ପ୍ରେମିକର ନାମ ସୌବିନ୍ ଓରଫ୍ ରାହୁଲ, ଓରଫ୍ ହେମନ୍ତ ଓ ଜାନୀ ।
ଖାଲି ଗାର୍ଲଫ୍ରେଣ୍ଡକୁ ନୁହେଁ ଗିରଫ୍ ହେବା ପରେ ବି ସେ ପୋଲିସକୁ ଚକମା ଦେଇଛନ୍ତି । ବିଭିନ୍ନ ନାମ ଓ ବିଭିନ୍ନ ଠିକଣା ଦେଇ ଝିଅ ମାନଙ୍କୁ ପଟାଉଥିବା ଏହି ଯୁବକ ଗିରଫ୍ ହେବା ପରେ ବି ପୋଲିସକୁ ବିଭିନ୍ନ ନାମ ଓ ଠିକଣା ଦେଇ ଚକମା ଦେଇଥିଲେ ।
ପୋଲିସର ସୂଚନା ମୁତାବକ ଏହି ଯୁବକ ଜଣକ କେବଳ ଦାମୀ କାର ଚୋରୀ କରୁଥିଲା । ଏହାକୁ ବିକ୍ରିକରି ସେ ରଖିଥିବା ୧୬ ଟି ପ୍ରେମିକାଙ୍କ ଅବଶ୍ୟକତା ପୁରଣ କରୁଥିଲା । ସେ କେବଳ ଫରିଦାବାଦ୍ ନୁହେଁ ଏନସିଆର ସହ ଦେଶର ବିଭିନ୍ନ ସ୍ଥାନରୁ ବିଏମଡବ୍ଲ୍ୟ ଓ ମର୍ସିଡିଜ୍ ଭଳି କାର ଚୋରୀ କରି ଅନ୍ୟ ରାଜ୍ୟକୁ ଫେରାର୍ ହୋଇଯାଉଥିଲା । ସେଠାରେ ତାକୁ ବିକି ଯେଉଁ ଟଙ୍କା ପାଉଥିଲା ତାହାକୁ ପ୍ରେମିକା ମାନଙ୍କ ପଛରେ ଉଡାଉଥିଲା ।

ଏନେଇ ଏକ ଫରଚ୍ୟୁନ୍ କାର ଚୋରୀ ଅଭିଯୋଗରେ ୧ବର୍ଷ ପୂର୍ବରୁ ଥରେ ଦିଲ୍ଲୀ ପୋଲିସ ତାକୁ ଗିରଫ୍ କରିଥିଲା । ବିଚାର ପରେ ତାକୁ ଜେଲ୍ ଯିବାକୂୁ ବି ପଡିଥିଲା । ହେଲେ ଜେଲରୁ ବାହାରିବା ପରେ ସେ ପୁଣି ତା’ର ପୁରୁଣା କୌଶଳ ପ୍ରୟୋଗ କରି ବିଭିନ୍ନ ସ୍ଥାନରୁ କାର ଚୋରୀ ଆରମ୍ଭ କରିଦେଇଥିଲା । ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖ ଦିନ ସେ ଫରିଦାବାଦରୁ ଏକ କାର ଚୋରୀ କରିଥିଲା । ଏନେଇ କାର ମାଲିକଙ୍କ ଅଭିଯୋଗ ପରେ ପୋଲିସ ତାକୁ ଗିରଫ୍ କରିଥିଲା । ଗିରଫ୍ ପରେ ସେ ନିଜେ ସ୍ୱିକାର କରିଛି କି ଗାଜିଆବାଦ, ଯୋଦ୍ଧପୁର, ଗୁରୁଗ୍ରାମ ଆଦି ସହରରୁ ଅନେକ ଦାମି କାର ଚୋରୀ କରି ବିକ୍ରି କରିଛି । ଏନେଇ କ୍ରାଇମବ୍ରାଞ୍ଚ ସେହି ସବୁ ସହରର ପୋଲିସ ମାନଙ୍କୁ ସୂଚନା ଦେଇଛି ।