କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦% ବେଡ୍ ସଂରକ୍ଷିତ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ସରକାରଙ୍କ ଚିଠି

Advertisment
କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦% ବେଡ୍ ସଂରକ୍ଷିତ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ସରକାରଙ୍କ ଚିଠି

କନକ ବ୍ୟୁରୋ: କୋଭିଡ ପାଇଁ ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ବେଡ ସଂରକ୍ଷିତ ରହିବ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଲେ ସରକାର । ୩୦ରୁ ଅଧିକ ବେଡ୍ ଥିବା ହସ୍ପିଟାଲରେ ନିୟମ ଲାଗୁ ହେବ । ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ଆଇସିୟୁ ବା ଏଚଡିୟୁ ସଂରକ୍ଷିତ ରହିବ । ଆବଶ୍ୟକ ପଡିଲେ ୧୦୦ ପ୍ରତିଶତ ବେଡ ସଂରକ୍ଷିତ ରଖାଯିବ ।

ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । କେଉଁଠି ବେଡର ଅଭାବ ଦେଖାଯାଇଥିବା ବେଳେ କେଉଁଠି ଅକ୍ସିଜେନର ଅଭାବ ଦେଖିବାକୁ ମିଳିଲାଣି । ଏଭଳି ଭୟାବହତା ସମୟରେ କରୋନାକୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଛନ୍ତି ସରକାର । ରାଜ୍ୟରେ ଯେମିତି ଏଭଳି ପରିସ୍ଥିତି ନଉପୁଜେ ସେଥିପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe