କନକ ବ୍ୟୁରୋ: କୋଭିଡ ପାଇଁ ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ବେଡ ସଂରକ୍ଷିତ ରହିବ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଲେ ସରକାର । ୩୦ରୁ ଅଧିକ ବେଡ୍ ଥିବା ହସ୍ପିଟାଲରେ ନିୟମ ଲାଗୁ ହେବ । ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ଆଇସିୟୁ ବା ଏଚଡିୟୁ ସଂରକ୍ଷିତ ରହିବ । ଆବଶ୍ୟକ ପଡିଲେ ୧୦୦ ପ୍ରତିଶତ ବେଡ ସଂରକ୍ଷିତ ରଖାଯିବ ।
ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । କେଉଁଠି ବେଡର ଅଭାବ ଦେଖାଯାଇଥିବା ବେଳେ କେଉଁଠି ଅକ୍ସିଜେନର ଅଭାବ ଦେଖିବାକୁ ମିଳିଲାଣି । ଏଭଳି ଭୟାବହତା ସମୟରେ କରୋନାକୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଛନ୍ତି ସରକାର । ରାଜ୍ୟରେ ଯେମିତି ଏଭଳି ପରିସ୍ଥିତି ନଉପୁଜେ ସେଥିପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/NewDelhi04_PTI_COVID19_Isolation-centre-1.jpg)