ଓଡିଶାରେ ଲଜ୍ଜା ! ମ୍ୟାଜିକ ଦେଖାଇବା ଆଳରେ ଅଶ୍ଳୀଳ ଭିଡିଓ ଦେଖାଇ ୫ ବର୍ଷର କୁନି ଝିଅ ସହ ଦୁଷ୍କର୍ମ

151

କନକ ବ୍ୟୁରୋ : ମ୍ୟାଜିକ ଦେଖାଇବା ଆଳରେ ଅଶ୍ଳୀଳ ଭିଡିଓ ଦେଖାଇ ୫ ବର୍ଷର କୁନି ଝିଅ ସହ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଅଭାବନୀୟ ଖବର ଆସିଛି ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳରୁ । ଅଭିଯୋଗ ଅନୁସାରେ, ଦୁଇ କୁନି ଯାଆଁଳା ଭଉଣୀ ଝରଣାକୁ ଗାଧୋଇ ଯାଇଥିବା ବେଳେ ସେହି ଗାଁର ଜଣେ ଯୁକ୍ତ ୨ ପଢୁଥିବା ଛାତ୍ର ମ୍ୟାଜିକ ଦେଖାଇବା ଆଳରେ ପାଖକୁ ଡାକିଥିଲା । ସେମାନେ ରାଜି ନହେବାରୁ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖାଇଥିଲା ଅଭିଯୁକ୍ତ । ଏହାପରେ ଜୋର ଜବରଦସ୍ତ କୁନି ଝିଅର ପୋଷାକ ଖୋଲି ଦୁଷ୍ମର୍ମ ଉଦ୍ୟମ କରିଥିଲା ।

ଘଟଣା ପ୍ରଘଟ ହେବା ପରେ ଓଲଟା ପୀଡିତାଙ୍କ ବାପା ମାଙ୍କୁ ଆକ୍ରମଣ କରି ଥିଲେ ଅଭିଯୁକ୍ତର ପରିବାର ଲୋକେ । ଏପରିକି ମାଓବାଦୀଙ୍କୁ ଲଗାଇ ତାଙ୍କୁ ଦଣ୍ଡିତ କରିବେ ବୋଲି ମଧ୍ୟ ଅଭିଯୁକ୍ତଙ୍କ ପରିବାର ଲୋକେ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡିତା ନାବାଳିକାଙ୍କ ପରିବାର ଲୋକେ ମୋଟୁ ଥାନାରେ ଏତଲା ଦେଇଥିଲେ । ହେଲେ ମୋଟୁ ପୁଲିସ ଏତଲା ଦେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଖସି ପଳାଇବାରେ ସଫଳ ହୋଇଥିଲା ଅଭିଯୁକ୍ତ ।

ଘଟଣାର ଏକ ସପ୍ତାହ ପରେ ପୀଡିତାଙ୍କ ବାପାମା ମାଲକାନଗିରି ଏସପିଙ୍କୁ ଗୁହାରି କରିବା ପରେ ଅଭିଯୁକ୍ତର ସମ୍ପର୍କୀୟଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ କରାଯାଇଛି । ତୁରନ୍ତ ମୁଖ୍ୟ ଅଭିଯୁକ୍ତକୁ ଗରିଫ କରି କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-