ବହୁ ଚର୍ଚ୍ଚିତ ଓମ୍ ଦିପୁ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ : ଦିଲୁକୁ ରାୟଗଡ଼ାରୁ ଗିରଫ କଲା କମିଶନରେଟ ପୋଲିସ

ବନ୍ଧୁକ, ଗୁଳି ଓ ମୋବାଇଲ ଜବତ; ଡି ବଦ୍ରସଙ୍କ ଥିଲା ଘନିଷ୍ଠ ସହଯୋଗୀ

242

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଓମ୍ ଦୀପୁ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ । ଦିଲୁକୁ ରାୟଗଡ଼ାରୁ ଗିରଫ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗିରଫ ଅଭିଯୁକ୍ତ ଜଣକ ପ୍ରଦୀପ କୁମାର ସାହୁ ଓରଫ ଦିଲୁ । ଓମ୍ ଦିପୁ ହତ୍ୟାକାଣ୍ଡ ଘଟଣା ପରଠାରୁ ଫେରାର ଥିଲା । ଗିରଫ ବେଳେ ଅଭିଯୁକ୍ତ ପାଖରୁ ବନ୍ଧୁକ ଗୁଳି ମୋବାଇଲ ଜବତ କରିଛି ପୋଲିସ । ଡି ବଦ୍ରସଙ୍କ ଥିଲା ଘନିଷ୍ଠ ସହଯୋଗୀ ଥିଲା ଗିରଫ ହୋଇଥିବା ଦିଲୁ ।