କନକ ବ୍ୟୁରୋ: ଖେଳୁଥିବା ବେଳେ ପୋଖରୀରେ ପଡି ୫ ବର୍ଷର ଶିଶୁ କନ୍ୟାର ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବର୍ଦ୍ଧନପୁର ଗାଁର ପ୍ରଶାନ୍ତ ଦାସଙ୍କ ଝିଅ ଭାଗ୍ୟଶ୍ରୀର ମୃତ୍ୟୁ ହୋଇଛି । ଗତକାଲି ସକାଳେ ଘରପାଖ ପୋଖରୀ କୁଳରେ ଖେଳୁଥିବା ବେଳେ ପୋଖରୀରେ ପଡିଯାଇଥିଲେ । ପରେ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯାହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।