ବିମାନ ଉଡ଼ିଲା, ମା’ ପାଖକୁ ପୁଅ ଫେରିଲା । ସ୍ୱତନ୍ତ୍ରବର୍ଗରେ ଯାତ୍ରା କରି ତିନିମାସ ପରେ ମା ପାଖକୁ ଫେରିଲା ୫ ବର୍ଷିୟ ଭିଆନ୍ ।

693

କନକ ବ୍ୟୁରୋ : ତାଲାବନ୍ଦ ଦୂରେଇ ଦେଇଛି ଅନେକ ସମ୍ପର୍କ । ଦୁଇମାସର ତାଲାବନ୍ଦ ଯୋଗୁ ଅନେକ ସ୍ଥାନରେ ଲୋକେ ପଶି ରହିଛନ୍ତି । ଘରକୁ ଫେରିବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ହେଲେ ବିମାନ ଚଳାଚଳ ସ୍ୱାଭାବିକ ହେବା ଲୋକଙ୍କୁ ଫେରେଇ ଦେଇଛି କିଛି ଖୁସି । ଆଜିଠାରୁ ଦେଶରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି । ଆଉ ଏହି ବିମାନ ଚଳାଚଳ ପାଇଁ ୩ମାସ ପରେ ପାଂଚ ବର୍ଷର ପୁଅକୁ ଭେଟିଛି ମାଆ ।

ମା ପାଖକୁ ଫେରିଲା ପାଞ୍ଚବର୍ଷର ପୁଅ । ଦିଲ୍ଲୀରୁ ବେଙ୍ଗାଲୁର ଏକାକି ଯାତ୍ରା କଲା ଭିଆନ୍ । ତିନିମାସ ପରେ ମାକୁ ଭେଟିଲା ପାଂଚ ବର୍ଷୀୟ ଭିଆନ । ତାଲାବନ୍ଦ ଯୋଗୁଁ ଦିଲ୍ଲୀରେ ଫସି ରହିଥିଲା ପୁଅ ଭିଆନ ଓ ବେଙ୍ଗାଲୁରରେ ରହିଯାଇଥିଲେ ମା । ସୋମବାର ଆରମ୍ଭ ହୋଇଥିବା ବିମାନ ସେବା ମା ପାଖକୁ ଫେରାଇ ଆଣିଛି ପୁଅକୁ । ଆଉ ୩ ମାସ ପରେ ପୁଅକୁ ପାଖରେ ପାଇ ଛଳଛଳ ହୋଇପଡ଼ିଛି ମା ଆଖି । ଘଡ଼ିଏ ପୁଅଠୁ ଦୂରେଇ ରହି ପାରୁନଥିବା ମାଆ ୩ମାସ ପର୍ଯ୍ୟନ୍ତ ପୁଅକୁ ଦେଖିପାରିନଥିଲା । ପାଂଚ ବର୍ଷର ଭିଆନ ଶର୍ମା ଦିଲ୍ଲୀରୁ ବେଙ୍ଗାଲୁର ଏକାକି ବିମାନଯାତ୍ରା କରିଛି । ସ୍ପେଶାଲ କ୍ୟାଟେଗୋରୀ ବା ସ୍ୱତନ୍ତ୍ରବର୍ଗରେ ଯାତ୍ରା କରି ଭିଆନ ବେଙ୍ଗାଲୁରରେ ପହଂଚିଛି ।