କୁନିପୁଅ ବଞ୍ଚିଥିଲେ ଆଜି ପାଳିଥାଆନ୍ତା ଜନ୍ମଦିନ... ନିଷ୍ଠୁର ବିଧାତା ଖେଳିଲା ଖେଳ । ଜନ୍ମଦିନ ପୂର୍ବରୁ ଚାଲିଗଲା ଜୀବନ ।

Advertisment
କୁନିପୁଅ ବଞ୍ଚିଥିଲେ ଆଜି ପାଳିଥାଆନ୍ତା ଜନ୍ମଦିନ... ନିଷ୍ଠୁର ବିଧାତା ଖେଳିଲା ଖେଳ । ଜନ୍ମଦିନ ପୂର୍ବରୁ ଚାଲିଗଲା ଜୀବନ ।

କନକ ବ୍ୟୁରୋ: ଜନ୍ମଦିନ ପୂର୍ବରୁ ଚାଲିଗଲା ଜୀବନ । ଅଧାରେ ରହିଗଲା କେକ୍ କଟା । ପୋଖରୀରେ ବୁଡି କୁନିପୁଅ ମୃତ । ଆଜି କୁନିପୁଅ ବଞ୍ଚିଥିଲେ ହୁଏତ ନୂଆ ଜାମା ପିନ୍ଧିଥାନ୍ତା, କେକ୍ କାଟିଥାନ୍ତା... ଜନ୍ମଦିନ ପାଳି ଖୁସି ମନାଉଥାନ୍ତା । ସାଙ୍ଗମାନଙ୍କ ସହ ମଜାମସ୍ତି କରି ଦିନ କାଟିଥାନ୍ତା । ହେଲେ ଘରେ ଖୁସି ବଦଳରେ ଖେଳିଯାଇଛି ଦୁଃଖ । କାନ୍ଦବୋବାଳିରେ ଫାଟି ପଡୁଛି ଘର । ଲୁହ କୋହରେ ବତୁରି ଯାଇଛି ବାପାମାଆଙ୍କ ହୃଦୟ । ଛାତିପିଟି କାନ୍ଦୁଛନ୍ତି ପରିବାର ଲୋକେ...

ଜନ୍ମଦିନ ପୂର୍ବରୁ ଚାଲିଗଲା ଜୀବନ । ପୋଖରୀରେ ବୁଡି ପ୍ରାଣହରାଇଲେ ଭାଇଭଉଣୀ । ମୃତ୍ୟୁ କେତେବେଳେ ଆସେ, କେମିତି ଆସେ, କାହା ସହ ମୃତ୍ୟୁର ସାମ୍ନାସାମ୍ନି ହୁଏ ତାହା କେହି କହିପାରିବେନି । ଏଇ ଯେମିତି ଖେଳୁଖେଳୁ ଚାଲିଗଲା ଦୁଇ କଅଁଳ କଢିଙ୍କ ଜୀବନ । କିଏ ଜାଣିଥିଲା ପିଲାଖେଳ, ଧୂଳିଖେଳ ସେମାନଙ୍କ ଜୀବନର ଶେଷ ଖେଳ ହେବ ବୋଲି...

ରାଜକନିକା ଗଞ୍ଜା ଗାଁରୁ ନିଜ ମାଆ ସହ ମାମୁଘର ଡଙ୍କାରୀ ଗାଁକୁ ଆସିଥିଲା କୁନିପୁଅ ବିବିଧ ବିଭୋର । ମାଆ ମାମୁଘର ଗାଁରେ ଅଙ୍ଗନୱାଡି କର୍ମୀ ଥିବାରୁ ପୁଅକୁ ବାପଘରେ ଛାଡି ଦେଇ ଅଙ୍ଗନବାଡିରେ ଥିଲେ । କୁନି ପୁଅ ନିଜ ମାମୁଝିଅ ସହ ଖେଳକୁଦ କରୁଥିବା ବେଳେ ବାଡିପଛପଟ ପୋଖରୀରେ ପଡିଯାଇଥିଲେ । ଦୀର୍ଘ ସମୟ ହେଲା ଦୁହିଁଙ୍କ ପତ୍ତା ନମିଳିବା ପରେ ଶେଷରେ ପୋଖରୀରେ ଖୋଜାଖୋଜି କରିବା ପରେ ୫ ବର୍ଷର ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଉ ଦୁଇ କଅଁଳ କଢିଙ୍କ ଆକସ୍ମିକ ମୃତ୍ୟୁ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

ତେବେ ସବୁଠାରୁ ଦୁଃଖଦ ଘଟଣା ହେଉଛି ଆଜି କୁନିପୁଅ ବିଭିଧର ଜନ୍ମଦିନ ଥିଲା । ନିଜ ଜନ୍ମଦିନ ପାଇଁ ମାମୁଙ୍କୁ ଡ୍ରେସ ଆଣିବାକୁ କହିବାକୁ ଯାଇଥିଲା । କେକ୍ କାଟିବ ବୋଲି ଭାରି ଖୁସି ଥିଲା । ହେଲେ କିଏ ଜାଣିଥିଲା କୁନିପୁଅର କେକ୍ କଟା ଅଧାରେ ରହିଯିବ ବୋଲି । ଜନ୍ମଦିନ ପୂର୍ବରୁ ଜୀବନ ଦୀପ ଲିଭିଯିବ ବୋଲି... ସତରେ ଏମିତି ଦୁଃଖଦ ଘଟଣା ଆଉ କାହା ସହ ନଘଟୁ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe