କନକ ବ୍ୟୁରୋ: କୋଭିଡ୍ ଟିକା ନିର୍ମାତା କମ୍ପାନି ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟଣା । ଭୟାବହ ଅଗ୍ନିକାଣ୍ଡରେ ୫ ଜଣ କର୍ମଚାରୀ ମୃତ । ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ ।

Advertisment

ଆଜି ଅପରାହ୍ନରେ ସେରମ୍ ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ଯାହାକୁ ଲିଭାଇବା ପାଇଁ ପାଖାପାଖି ୮ରୁ ୧୦ଟି ଦମକଳ ବାହିନୀ ଲାଗି ପଡିଥିଲ। । ଏବେ ଏହି ଦୁର୍ଘଟଣାରେ ୫ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ଅନ୍ୟପଟେ କମ୍ପାନିର ସିିିଇଓ ଆଦର ପୁନୱାଲା ଟ୍ୱିଟ୍ କରି ଲେଖିଛନ୍ତି, ବର୍ତ୍ତମାନ କିଛି କଷ୍ଟଦାୟକ କଥା ଜାଣିବାକୁ ମିଳିଛି। ଦୁର୍ଭାଗ୍ୟବଶତଃ ଏହି ଘଟଣାରେ କିଛି ଜୀବନ ହାନି ଘଟିଛି । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତ ପରିବାରର ସଦସ୍ୟଙ୍କୁ ସେ ସମବେଦନା ଜଣାଇଛନ୍ତି।

ଏପର୍ଯ୍ୟନ୍ତ ଏହି ଘଟଣାରେ ନିଆଁ ଲାଗିବାର କାରଣ ଜଣାପଡ଼ିପାରିନାହିଁ। କରୋନାକୁ ହରାଇବା ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକାର ଉତ୍ପାଦନ କରୁଛି ସେରମ ଇନଷ୍ଟିଚ୍ୟୁଟ। ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ ଟିକା ବିତରଣ କରି ସାରିଛି। ପ୍ରଥମ ପର୍ଯ୍ୟାୟରେ ସେରମ ଇନଷ୍ଟିଚ୍ୟୁଟ ୧୦ ନିୟୁତ ଡୋଜ ପଠାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ାଇବାର ଯୋଜନା ରଖିଛି।