ଶୀତଋତୁରେ ଯେମିତି ସହଜରେ ରୋଗରେ ନ ପଡ଼ନ୍ତି । ତେଣୁ ଆପଣାନ୍ତୁ ଏହି ୫ ଟିପ୍ସ 

619

ଶୀତଋତୁର ଆଗମନରେ ଚାରିଆଡ଼େ ଏବେ ଶୀତର ଲହରୀ ଖେଳିଗଲାଣି । ଆଲମିରାରୁ ସ୍ୱେଟର୍ ଏବଂ ମୋଟା ମୋଟା କମ୍ବଳ ବାହାରିବା ଆରମ୍ଭ ହୋଇଗଲାଣି । ଏହି ସମୟରେ ଖାଦ୍ୟପେୟର ଉଚିତ୍ ଧ୍ୟାନ ନଦେଲେ ନାନା ପ୍ରକାରର ରୋଗ କୁଣିଆ ହୋଇ ଶରୀରକୁ ଚାଲିଆସନ୍ତି । ତେବେ ଏଥିପାଇଁ ଶରୀର ପ୍ରତି ଯତ୍ନବାନ୍ ହେବା ନିହାତି ଜରୁରୀ , ନହେଲେ ଅବେଳରେ ରୋଗାଗ୍ରସ୍ତ ହୋଇ ଖଟରେ ପଡ଼ିବା ସାର ହେବ । ଆସନ୍ତୁ ଜାଣିବା ଏହି ଅମାନିଆ ରୋଗରୁ କେଉଁ ଉପାୟରେ ନିଜକୁ ଦୂରେଇ ରଖିବା ।

ଡ଼ାଏଟରେ ଓମେଗା-୩ ଫେଟି ଏସିଡ଼୍ ନିଅନ୍ତୁ : ଶୀତରେ ଫ୍ଲୁ , ଗଣ୍ଠିବ୍ୟଥା,ସଂକ୍ରମଣ ଭଳି ସମସ୍ୟା ଦେଖାଯାଏ । ଏହି ସମସ୍ୟାରୁ ନିସ୍ତାର ପାଇବା ପାଇଁ ଓମେଗା-୩ ଫେଟି ଏସିଡ଼୍ ଭଳି ଖାଦ୍ୟ ଯେପରି ଅଖରୋଟ୍ , ବାଦମ୍ , ଫ୍ଲାକ୍ସସିଡ଼୍ , ତେଲିଆ ମାଛ ଖାଇବା ଆବଶ୍ୟକ ।

ଫଳ ଓ ପରିବା ଖାଇବା : ଶୀତଋତୁରେ ଫଳ ଓ ପରିବା ଖାଇବା ନିହାତି ଜରୁରୀ । ଯେଉଁଥିରୁ ଶରୀରକୁ ଭିଟାମିନ୍ ଏ,ସି,ବି ଏବଂ ଫାଇବର୍ ମିଳିଥାଏ ଏବଂ ଇମ୍ୟୁନିଟି ବଢିଥାଏ । ଏଥିରେ ଶରୀର ଫିଟ୍ ରହିଥାଏ ।

ବାରମ୍ବାର ଖାଇବା ଭଳି ଅଭ୍ୟାସରୁ ଦୂରେଇ ରୁହନ୍ତୁ : ବାରମ୍ବାର ଖାଇବା ଦ୍ୱାରା ଶରୀରରେ ଏହା ମେଦବହୁଳତାକୁ ବଢାଇଥାଏ । ତେଣୁ ଚକଲେଟ୍ , ଚିପ୍ସ , ନୁଡ଼ଲ୍ସ ଭଳି ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ ଏବଂ ଫଳ , ନଟସ୍ ଏବଂ ଡ୍ରାଏ ଫ୍ରୁଟ୍ସ ଭଳି ଖାଦ୍ୟ ଖାଆନ୍ତୁ ।

ହାଇଡ୍ରେଟେଡ଼୍ ରୁହନ୍ତୁ : ଥଣ୍ଡା ଯୋଗୁଁ ଶୀତଦିନେ କିଛି ଲୋକ ପାଣି ପିଇବାକୁ ମଧ୍ୟ ଡ଼ରନ୍ତି । ଏଭଳି ସ୍ଥିତିରେ କେମିତି ହାଇଡ୍ରେଟେଡ଼୍ ରହିପାରିବେ? ଏହାର ପ୍ରଭାବ ସ୍ୱାସ୍ଥ୍ୟ , ତ୍ୱଚା ଏବଂ ଚୁଟି ଉପରେ ପଡ଼ିଥାଏ । ତେଣୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ ଏହାସହ ହର୍ବାଲ୍ ଚା’ ଏବଂ ସୁପ୍ ବି ପିଅନ୍ତୁ ।

ଶରୀରକୁ ଗରମ ରଖନ୍ତୁ : ଥଣ୍ଡାରୁ ତ୍ରାହି ପାଇବାକୁ ସବୁଠୁ ବଡ଼ କାମ ହେଉଛି ଦେହକୁ ଗରମ ରଖିବା ନଚେତ୍ ଆପଣ କେତେବେଳେ ବି ରୋଗରେ ପଡ଼ିପାରନ୍ତି ।