କନକ ବ୍ୟୁରୋ: ବର୍ଜ୍ୟବସ୍ତୁ ପରିଚାଳନା ଓ ସହରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ଶୁଖିଲା ଏବଂ ଓଦା ବର୍ଜ୍ୟବସ୍ତୁ ପାଇଁ ଦୁଇଟି ଅଲଗା ଅଲଗା ଡଷ୍ଟବିନ୍ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ମହାନଗର ନିଗମ ଅଂଚଳରେ ପ୍ରତ୍ୟେକ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ମଲ୍, ଦୋକାନ ଓ ଉଠାଦୋକାନ ପରିସରରେ ଦୁଇଟି ଉପଯୁକ୍ତ ଆକାରର ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ଜାରି କରିଛି ବିଏମସି । ଶୁଖିଲା ଏବଂ ଓଦା ଅଳିଆ ଆବର୍ଜନା, ଅଲଗା ଅଲଗା ଡଷ୍ଟବିନରେ ପକାଇବେ ଏବଂ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଥିବା ବିଏମ୍ସି ଗାଡ଼ିରେ ପକାଇବେ । ପରିସରର ୫ ମିଟର ପର୍ଯ୍ୟନ୍ତ ପରିବେଶକୁ ପରିଷ୍କାର ରଖିବା ବାଧ୍ୟତାମୂଳକ ବୋଲି କହିଛି ବିଏମସି । ଓଦା ଏବଂ ଶୁଖିଲା ଅଳିଆ ପାଇଁ ଅଲଗା ଅଲଗା ଡଷ୍ଟବିନ୍ ନରଖିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ବିଏମସି ଗାଡ଼ିରେ ଅଲଗା ଅଲଗା ଆବର୍ଜନ ନପକାଇଲେ, ୫ ଶହ ଟଙ୍କା ଜରିମାନା ଆଦାୟ କରିବ ବିଏମସି ।
ବିଏମସି ଅଞ୍ଚଳରେ ଡଷ୍ଟବିନ ନରଖିଲେ ୫ ହଜାର ଟଙ୍କା ଫାଇନ: ଘର, ଦୋକାନ ଆଗରେ ୨ଟି ଡଷ୍ଟବିନ ବାଧ୍ୟତାମୂଳକ
/kanak/media/post_attachments/wp-content/uploads/2022/10/rty.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)