ବିଜୁଳୀ କାମ କରିବା ସମୟରେ ଏହି ୫ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ବିପଦରୁ ବଂଚିପାରିବେ । 

391

ଗୋଟିଏ ସମୟ ଥିଲା ବିଜୁଳୀ ବ୍ୟବସ୍ଥା କେବଳ ସହରରେ ହିଁ ଦେଖିବାକୁ ମିଳୁଥିଲା । ଗାଁମାନଙ୍କରେ ଲୋକେ ଲଣ୍ଠନ ଲଗାଇ ଜୀବନ ବଂଚୁଥିଲେ । ହେଲେ ବର୍ତ୍ତମାନ ସମୟ ବଦଳିବା ସହ ଗାଁ ବି ଆଧୁନିକତାର ସ୍ପର୍ଶ ପାଇଲାଣି । ଏବେ ପ୍ରତି ଘରେ ବିଜୁଳୀର ଚମକ ଦେଖିବାକୁ ମିଳୁଛି । ହେଲେ ବିଜୁଳି ପ୍ରତି ଥିବା ସାବଧାନତାକୁ ମଧ୍ୟ ଜାଣିବା ନିହାତି ଜରୁରୀ । ନଚେତ୍ ପାଦେ ପାଦେ ଜୀବନ ଚାଲିଯିବାର ବି ଭୟ ରହିଥାଏ । ତେବେ ବିଜୁଳୀ ବା କରେଣ୍ଟ୍ ବ୍ୟବହାର କରିବା ସମୟରେ କେଉଁ କାମ ନ କରିବେ ଯାହାଦ୍ୱାରା ଆପଣଙ୍କ ଜୀବନକୁ ବିପଦ ନରହିବ ସେ ବିଷୟରେ ଆଲୋଚନା କରିବା ଆସନ୍ତୁ । 

ଗୋଟିଏ ସର୍କିଟ୍ ରେ ଅଧିକ ଲୋଡ଼୍ ଦିଅନ୍ତୁ ନାହିଁ 

ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ ଯେ ଲୋକମାନେ ଗୋଟିଏ ସର୍କିଟରେ ଅନେକ ଉପକରଣ ସଂଚାଳନ କରନ୍ତି । ଯାହା କରିବା ଆଦୌ ଉଚିତ୍ ନୁହେଁ । ସର୍କିଟରେ ଅଧିକ ଲୋଡ଼୍ ପଡ଼ିବା ଦ୍ୱାରା ନିଆଁ ଲାଗିବାର ସମ୍ଭାବନା ଅଧିକ ଥାଏ ।

ଓଦା ହାତରେ ସ୍ୱିଚ୍ ଅନ୍-ଅଫ୍ ନ କରନ୍ତୁ 

ଭୁଲ୍ କରି ବି ଓଦା ହାତରେ ସ୍ୱିଚ୍ ଅନ୍-ଅଫ୍ ନ କରନ୍ତୁ । ଏହାଛଡ଼ା ଘର ଛାତ ଉପରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ବିଜୁଳୀ ତାର ଉପରେ କପଡ଼ା ଶୁଖାଇବା କିମ୍ବା ଅନ୍ୟ ବସ୍ତୁ ଲଟକାଇବାର ଭୁଲ୍ କରନ୍ତୁ ନାହିଁ । ଏଭଳି କରିବା ମୃତ୍ୟୁର ଫାଶକୁ ଗଳାରେ ବାନ୍ଧିବା ଭଳି ସାବ୍ୟସ୍ତ ହୋଇଥାଏ । 

ପିଲାଙ୍କୁ ଯଥାସମ୍ଭବ ବିଜୁଳୀ ଉପକରଣ କିମ୍ବା ବିଜୁଳୀ ଖମ୍ବଠାରୁ ଦୂରେଇ ରଖନ୍ତୁ

ଛୋଟ ପିଲାମାନେ ଚିକମିକ୍ ଲାଇଟ୍ କିମ୍ବା ଅନ୍ୟ ବିଜୁଳୀ ଉପକରଣରେ ଅଙ୍ଗୁଳି ପୁରାଇବା ଭଳି କାମ କରିଥାନ୍ତି । ତେଣୁ ଘରେ ଯଦି ଛୋଟ ପିଲା ଅଛନ୍ତି ତାହେଲେ ସର୍କିଟର ସ୍ୱିଚକୁ କଭର୍ କରିଦିଅନ୍ତୁ ନହେଲେ ଟେପ୍ ଲଗାଇ ଦିଅନ୍ତୁ ।  

ବିଜୁଳୀ ସ୍ୱିଚ୍ ଠିକ କରିବା ସମୟରେ ସାବଧାନତା :

ଯଦି ଆପଣ ନିଜେ ବିଜୁଳୀ ସ୍ୱିଚ୍ ଠିକ କରୁଛନ୍ତି ତେବେ ଚପଲ ପିନ୍ଧି ଏବଂ ଚଟ୍ଟାଣରେ ଶୁଖିଲା କାଠ ରଖି କାମ କରନ୍ତୁ । ଏଥିରେ ବିଜୁଳୀ ଲାଗିବାର ସମ୍ଭାବନା କମ୍ ଥାଏ ।