କନକ ବ୍ୟୁରୋ : ଜାମ୍ମୁରେ ପୁଣି ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ମିଳିଥିବା ସୂଚନା ଅନୁସାରେ କୁଲଗାମଠାରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଗୁଳି ବିନିମୟ ଆରମ୍ଭ ହୋଇଛି। କାଜିଗନ୍ଦ ଅନ୍ତର୍ଗତ ଚୌଗାମ୍ ଅଞ୍ଚଳରେ ଆରମ୍ଭ ହୋଇଥିବା ଗୁଳିବିନିମୟ ବର୍ତ୍ତମାନ ମଧ୍ୟ ଚାଲୁ ରହିଛି। ଗୋଟାଏ ଘରେ ଛପି ରହିଥିବା ଆଉ କିଛି ଆତଙ୍କବାଦୀଙ୍କୁ ନିରାପତ୍ତା ବଳ ଘେରି ରହିଛି। ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରଖାଯାଇଛି।

Advertisment

publive-imageଆତଙ୍କବାଦୀମାନେ ଲସ୍କର୍-ଏ-ତୈବା ଏବଂ ହିଜବୁଲ ମୁଜାହିଦୀନ୍ ଗୋଷ୍ଠୀର ବୋଲି ଖବର ମିଳିଛି। ସେନାର ୯ଆର୍ଆର୍ (ରାଷ୍ଟ୍ରୀୟ ରାଇଫଲ୍ସ୍) ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ଏକତ୍ର ଏନକାଉଣ୍ଟର ଆରମ୍ଭ କରିଛି। ଗୁରୁବାର ଓ ଶୁକ୍ରବାର ମଧ୍ୟରେ ନିରାପତ୍ତା ବଳ ଜମ୍ମୁ ଅଞ୍ଚଳର ରିଅସି ଠାରେ ତିନି ଜଣ ଆତଙ୍କବାଦୀଙ୍କୁ ବନ୍ଧୁକ ମାରି ହତ୍ୟା କରିଥିଲେ। ତେବେ ବାରମ୍ବାର ଏପରି ଭାବରେ ଆତଙ୍କବାଦୀମାନେ ଭାରତୀୟ ଯବାନ ଉପରକୁ ଗୋଳିମାଡ କରୁଥିବା ସମୟରେ ସେମାନଙ୍କୁ କଡା ଯବାବ ଦେଉଛନ୍ତି ଭାରତୀୟ ସେନା । ତେବେ ଆତଙ୍କବାଦୀ ମୃତୁ ହୋଇଥିଲେ ମଧ୍ୟ ସେନା ପକ୍ଷରୁ କମ୍ବିଂ ଅପରେସନକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି ।