ଅପରେସନ ଅଲଆଉଟ । ସେନା ଗୁଳିରେ ୫ ଆତଙ୍କବାଦୀ ନିହତ, ସୁରକ୍ଷାକର୍ମୀଙ୍କ ଉପରକୁ ପେଟ୍ରୋଲ ବମ ଫିଙ୍ଗିଲେ ପଥରଫିଙ୍ଗାଳି

36

ଅପରେସନ ଅଲଆଉଟକୁ ବଡ ସଫଳତା । ଆଜି ଜମ୍ମୁ-କାଶ୍ମୀରର ସୋପିଆନ ୫ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଶୁକ୍ରବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଏହି ଆତଙ୍କବାଦୀଙ୍କୁ ମୃତ୍ୟୁର ପଥ ଦେଖାଇଛନ୍ତି ଭାରତୀୟ ସେନା । ତେବେ ଗୁଳି ବିନିମୟ ପରେ ସୋପିଆନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଉପରକୁ ପଥରଫିଙ୍ଗାଳୀ ମାନେ ପଥର ପକାଇବା ସହ ପୋଲିସ ଭ୍ୟାନ ଉପରକୁ ପେଟ୍ରୋଲ ବମ ମଧ୍ୟ ଫିଙ୍ଗିଛନ୍ତି । ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପ୍ରତି ଜବାବ ଦିଆଯାଇଛି ।

ଗତ ତିନି ଦିନ ମଧ୍ୟରେ ଅପରେସନ ସମୟରେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଅପରେସନ ଆରମ୍ଭ ହେବା ପୂର୍ବରୁ ସୋପିଆନର କିଲୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ଆଉ ଏହାପରେ ଶୁକ୍ରବାର ସନ୍ଧ୍ୟାରେ ପୂରା ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଆଉ ପ୍ରତି ଜବାବରେ ସେନା ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିଲା । ଆଉ ଏହି ଗୁଳି ବିନିମୟରେ ୫ ଆତଙ୍କବାଦୀଙ୍କୁ ନିପାତ କରିଥିଲା ସେନା ।

ଅଧିକାରୀଙ୍କ କହିବା ଅନୁଯାୟୀ, ମୃତ୍ୟୁବରଣ କରିଥିବା ଆତଙ୍କୀଙ୍କ ମଧ୍ରରେ ଖୁର୍ସିଦ ଅହମ୍ମଦ ମଲିକ ରହିଛି । ଯିଏ ମରିବାର ଗୋଟିଏ ଦିନ ପୂର୍ବରୁ ଆତଙ୍କୀ ସଙ୍ଗଠନରେ ସାମିଲ ହୋଇଥିଲା । ତେବେ ଏହି ଗୁଳି ବିନିମୟରେ ସେନାର ଯବାନ ସାୱର ବିଜୟ କୁମାର ମଧ୍ୟ ଶହୀଦ ହୋଇଛନ୍ତି ।