ଜମ୍ମୁ-କାଶ୍ମୀରରେ ଗତ ୨୪ଘଂଟାରେ ୪ ଏନକାଉଂଟରେ ୫ ଆତଙ୍କବାଦୀ ନିହତ : ଇମାମ୍ ସାହାବରେ ୨, ବାନ୍ଦିପୁରାରେ ୨ ଓ ସୋପିୟାଁରେ ଜଣଙ୍କ ମୃତ୍ୟୁ

103

ଜମ୍ମୁକାଶ୍ମୀରରେ ଗତ ୨୪ଘଂଟା ମଧ୍ୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ୪ଟି ଏନକାଉଂଟର ହୋଇଛି । ଏଥିରେ ୫ ଜଣ ଆତଙ୍କାବଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ସୋପିୟାଁ ଜିଲ୍ଳାର ଇମାମ ସାହେବରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଂଟରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେହିପରି ବାନ୍ଦିପୁରାରେ ୨ ଓ ସୋପିୟାଁରେ ଜଣଙ୍କ ମୃତ୍ୟୁ । ସେଠାରେ ଥିବା ଏକ କୋଠାଘରେ ୨ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଛି । ସେନା ପକ୍ଷରୁ ସ୍ଥାନୀୟ ଅଂଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ସେପଟେ ବାରାମୁଲ୍ଲାର କଲନ୍ତରା ଅଂଚଳରେ ହୋଇଥିବା ଏନକାଉଂଟରରେ ୨ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ୩ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ ସୁରକ୍ଷାକର୍ମୀଙ୍କୁ ସେନା ହସପିଟାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପରେ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ । ଏହାପରେ ଆତଙ୍କବାଦୀ ଗୁଳି ଚାଳନା କରିଥିଲେ ଯାହାର ମୁହଁତୋଡ ଯବାବ ଦେଇଛନ୍ତି ସୁରକ୍ଷାକର୍ମୀ ।