ବଡଧରଣର ଆତଙ୍କୀ ଆକ୍ରମଣ ଯୋଜନାକୁ ପଣ୍ଡ କଲା ଜାମ୍ମୁ ପୋଲିସ । ଶ୍ରୀନଗରରୁ ଗିରଫ ହେଲେ ୫ ଆତଙ୍କବାଦୀ

225

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ବଡ ଧରଣର ଆତଙ୍କୀ ଆକ୍ରମଣର ଷଡଯନ୍ତ୍ରକୁ ବିଫଳ କରିଦେଇଛି ଜାମ୍ମୁକାଶ୍ମୀର ପୋଲିସ । ଶ୍ରୀନଗରରୁ ଗିରଫ ହୋଇଛନ୍ତି ୫ ଜୈସ ଆତଙ୍କୀ । ସାଧାରଣତନ୍ତ୍ର ଦିବସରେ ଏମାନେ ଗ୍ରେନେଡ ମାଡ କରିବାକୁ ଯୋଜନା କରୁଥିଲେ । ହେଲେ ଏହି ଷଡଯନ୍ତ୍ର ଆଗକୁ ବଢିବା ଆଗରୁ ଏହାକୁ ଜୈଶ ଏ ମହମ୍ମଦର ଆତଙ୍କୀ ମଡ୍ୟୁଲର ପର୍ଦ୍ଦଫାସ କରିଛି ଜାମ୍ମୁକାଶ୍ମୀର ପୋଲିସ । ଗିରଫ ୫ ଆତଙ୍କବାଦୀ ହେଉଛନ୍ତି ଏଜାଜ ଅହମ୍ମଦ, ଉମର ହମିଦ ଶେଖ, ଇନ୍ତିଆଜ୍ ଅହମ୍ମଦ ଚିକଲା, ସାହିଲ ଫାରୁକୀ ଗୋଜରୀ ଏବଂ ନସୀର ଅହମ୍ମଦ ମୀର ।ଗତ ୮ ଜାନୁଆରୀରେ ଜାମ୍ମୁକାଶ୍ମୀରର ସିଆରପିଏଫ୍ ବାଟାଲିୟନ୍ ଉପରେ ଜହରତବଲ ନିକଟରେ ଆତଙ୍କୀ ଆକ୍ରମଣ ହୋଇଥିଲା ।

ଏଥିରେ ଆହତ ହୋଇଥିଲେ ୨ ଜଣ ସାଧାରଣ ନାଗରିକ । ସିସିଟିଭି ଫୁଟେଜ ସହିତ ମିଳିଥିବା ତଥ୍ୟକୁ ଆଧାର କରି ପଚରାଉଚରା ସହ ଚଢାଉ କରି ୫ଜୈଶ ଆତଙ୍କବାଦୀଙ୍କୁ ଗିରଫ କରିଛି ଜାମ୍ମୁକାଶ୍ମୀର ପୁଲିସ । ଗିରଫ ପରେ ସେମାନେ ପୁଲିସ ଆଗରେ ଜହରତବଲ ଆକ୍ରମଣରେ ସାମିଲ ହୋଇଥିବା ସୂଚନା ଦେଇଛନ୍ତି । ଏଥିସହ ସାଧାରଣତନ୍ତ୍ର ଦିବସରେ ଗ୍ରେନଡ ମାଡ କରି ଆତଙ୍କୀ ହମଲା କରିବାକୁ ଷଡଯନ୍ତ୍ର କରିଥିବା ମଧ୍ୟ ପୁଲିସ ଆଗରେ ମାନିଛନ୍ତି ।