କାର ଭିତରେ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କଲେ ୫ ନାବାଳକ । ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କଲା ହାଇଦ୍ରାବାଦ ପୋଲିସ ।

235

କନକ ବ୍ୟୁରୋ: ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ହାଇଦ୍ରାବାଦରେ ହଇଚଇ ଦେଖାଦେଇଛି । ବାନ୍ଧବୀଙ୍କୁ ୫ଜଣ ପୁରୁଷ ବନ୍ଧୁ କରିଛନ୍ତି ଗଣଦୁର୍ଷ୍କମ । ଘଟଣା ମେ ୨୮ ତାରିଖର । ନାବାଳିକା ଜଣଙ୍କ ଏକ ହାଇପ୍ରୋଫାଇଲ ପାର୍ଟିରୁ ଫେରୁଥିବା ସମୟରେ ଗଣଦୁର୍ଷ୍କମର ଶିକାର ହୋଇଥିବା ଜଣାପଡିଛି । ବାନ୍ଧବୀଙ୍କୁ ଘରେ ଛାଡିବାକୁ କହି ୫ ଅଭିଯୁକ୍ତ ତାଙ୍କୁ ମରସିର୍ଡିଜ କାରରେ ଲିଫ୍ଟ ଦେଇଥିଲେ, ହେଲେ ମଝି ରାସ୍ତାରେ ସେମାନେ ନାବାଳିକାଙ୍କ ସହ ଦୁର୍ଷ୍କମ କରିଥିଲେ । ପୁଲିସର ସୂଚନା ମୁତାବକ ସମସ୍ତ ଅଭିଯୁକ୍ତ ନାବାଳକ ଓ ସେମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ବିଧାୟକଙ୍କ ପୁଅ ରହିଛି । ଏଥିସହ ଆଉ ୨ ଅଭିଯୁକ୍ତଙ୍କ କନେକ୍ସନ ପାୱାରଫୁଲ ରାଜନେତାଙ୍କ ସହ ଥିବା କହିଛି ପୁଲିସ ।

ଜୁନ ୧ରେ ପୀଡିତାଙ୍କ ପରିବାର ଏତଲା ଦେବା ପରେ ପୋଲିସ ଆଇପିସି ଧାରା ୩୫୪ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି । ସେପଟେ ଘଟଣା ଦିନର କିଛି ସିସିଟିଭି ଫୁଟେଜ ଆଧାରାର ଛାନଭିନ ଜୋରଦାର କରାଯାଇଛି । ଘଟଣାକୁ ନେଇ ତେଲେଙ୍ଗାନାରେ ଆରମ୍ଭ ହୋଇଛି ରାଜନୀତି । ପିଡିତାଙ୍କୁ ନ୍ୟାୟ ଦେବା ପାଇଁ କେସିଆର ସରକାରଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ କରିଛି ରାଜ୍ୟ ବିଜେପି ଓ ଆଞ୍ଚଳିକ ଜନସେନା ଦଳ । ଏତଲା ଦାୟର ହେବା ପରେ ଆକ୍ସନ ମୋଡରେ ତେଲେଙ୍ଗାନା ପୁଲିସ । ୫ଜଣ ଅଭିଯୁକ୍ତଙ୍କୁ ମଧ୍ୟରୁ ୩ଜଣଙ୍କୁ ଗିରଫ କରିଛି ।